ETV Bharat / state

ଓଡିଆଙ୍କ ସ୍ପନ୍ଦନ ଭକ୍ତକବି ମଧୁସୂଦନ, ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି - ଭକ୍ତକବି ମଧୁସୂଦନ ରାଓ

ପାଠୁଆ ଠୁ ଆପାଠୁଆ ସମସ୍ତଙ୍କ ମୁହଁରେ ତାଙ୍କ ଛବିଳ ମଧୁବର୍ଣ୍ଣ ବୋଧ। ତେବେ ଓଡିଆ ଭାଷାକୁ ଚିହ୍ନାଇବା ଓ ଓଡିଆଙ୍କୁ ବିଶ୍ବ ଦରବାରରେ ପରିଚିତ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ଭକ୍ତକବି ମଧୂସୁଦନ ରାଓ। ତାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳୀ। ଅଧିକ ପଢନ୍ତୁ...

ଓଡିଆଙ୍କ ସ୍ପନ୍ଦନ ଭକ୍ତକବି ମଧୁସୂଦନ ରାଓ, ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ

author img

By

Published : Jan 29, 2021, 8:21 AM IST

ଭୁବନେଶ୍ବର:''ହରିଣ ନ ଦିଏ ଧରା। ଦଉଡନା ବଡ ଖରା। , ଅରଣା ମହିଷ ରହିଛି ଅନାଇ । ମହିଷର ପାଖ ନ ଯାଏ ଦନାଇ।'' ବାଳୁତ ବେଳରେ ସମସ୍ତଙ୍କ ମୁହଁରେ ଛବିଳ ମଧୁ ବର୍ଣ୍ଣବୋଧର ଏହି ପଦ୍ୟାଶଂ ଶୁଣିବାକୁ ମିଳେ। କଥା କହି ଶିଖିନଥିବା ଛୋଟ ଛୁଆ ମୁହଁରେ ଏହାକୁ ଚାଟଶାଳୀର ମାଷ୍ଟ୍ରେ ଓ ଘରେ ବାପା ମା ମୁଖସ୍ତ କରାନ୍ତି।

ତେବେ ଓଡିଆ ଭାଷାକୁ ଚିହ୍ନାଇବା ଓ ଓଡିଆଙ୍କୁ ବିଶ୍ବ ଦରବାରରେ ପରିଚିତ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ଭକ୍ତକବି ମଧୁସୂଦନ ରାଓ। ତାଙ୍କ ରଚିତ ବର୍ଣ୍ଣବୋଧ ଯାହା ଓଡିଶାର ଘରେ ଘରେ ସୁପରିଚିତ। ଆଜି ସେହି ମହାନ ଆତ୍ମାଙ୍କ ଜନ୍ମଜୟନ୍ତୀ। ଆଜିର ଦିନରେ 1853 ମସିହାରେ ମଧୁବାବୁ ପୁରୀର ପଥୁରିଆ ସାହିରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ।

କଟକରେ ରହି ପାଠ ପଢୁଥିବା ମଧୁ ବାବୁ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ। ଏହାସହ ଶିକ୍ଷାବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରି ଶେଷରେ ଭାରତୀୟ ଶିକ୍ଷାବିଭାଗରେ ସ୍ଥାନ ପାଇଥିଲେ। 1866 ମସିହାରେ ନ ଅଙ୍କ ଦୁର୍ଭିକ୍ଷ ସମୟରେ ସେ ଶହ ଶହ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ଓଡିଶା ପ୍ରତି ମଧୁ ବାବୁଙ୍କ ଅବଦାନ କେହି କେବେ ଭୁଲି ପାରିବେନି। ଆଜି ତାଙ୍କ ଅବର୍ତ୍ତମାନରେ ଏ ମାଟି ତାଙ୍କୁ ଝୁରୁଛି।

ମଧୁବାବୁଙ୍କ ଅନେକ କୃତ୍ତି ପୁସ୍ତକ ରହିଛି ସେଥିମଧ୍ୟରୁ ଶିଶୁଗୀତ, ବସନ୍ତଗାଥା, ସାହିତ୍ୟ କୁସୁମ,ହେମ ମାଳା, ଆକାଶ ଦିଶେ କି ସୁନ୍ଦର, ଇଶ୍ବର ଦୟା ସାଗର, ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ,କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଇତ୍ୟାଦି ଅନ୍ୟତମ।

ସାହିତ୍ୟର ପ୍ରସାର ପାଇଁ ସେ କଟକରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିବା ବେଳେ ଶିକ୍ଷାର ପ୍ରସାର ପାଇଁ କଟକ ଟାଉନ ସ୍କୁଲ ନାମକ ଇଂରାଜୀ ବିଦ୍ୟାଳୟ ଆରମ୍ଭ କରିଥିଲେ। ଯାହାର ଶ୍ରେୟ ସ୍ବରୂପ ତାଙ୍କୁ ଶିକ୍ଷିତ ସମାଜ ଭକ୍ତକବି ଓ ସରକାରଙ୍କ ପକ୍ଷରୁ ରାୟବାହାଦୂର ଉପାଧିରେ ଆଭୂଷିତ କରାଯାଇଥିଲା।

ବଡଙ୍କୁ ମହାନତା ଓ ଛୋଟଙ୍କୁ ପ୍ରେରଣା ଦେଇଆସୁଥିବା ମଧୁବାବୁ ତାଙ୍କ ଶେଷ ନିଶ୍ବାସ 1912 ମସିହା ଡିସେମ୍ବର 28 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ତେବେ ସବୁଠି ଆଶ୍ଚର୍ଯ୍ୟ ସେ ମୃତ୍ୟୁ ପୂର୍ବରୁ ନିଜର ମୃତ୍ୟୁ ବିଷୟରେ ପରିବାର ଲୋକଙ୍କୁ ଜଣାଇଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.