କଟକ: ଅଣପରିବହନ ଗାଡ଼ିକୁ ଭଡ଼ା ମନା ! ସରକାରୀ ଓ ଘରୋଇ ସଂସ୍ଥାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ପରିବହନ କମିଶନର । ଘରୋଇ ଓ ଅଣପରିବହନ ଗାଡ଼ିକୁ ଯାତ୍ରୀ ପରିବହନ ପାଇଁ ଭଡ଼ାରେ ନ ନେବାକୁ ନିର୍ଦ୍ଦେଶ ।
![transport commissioner sent circular to prevent non-transport passenger carrying vehicles](https://etvbharatimages.akamaized.net/etvbharat/prod-images/od-ctc-narayan-staguidelines-avo-7204486_28092020212929_2809f_1601308769_1107.jpg)
କେବଳ ହଳଦିଆ ନମ୍ବର ପ୍ଲେଟ୍ ଥିବା ଗାଡ଼ିକୁ ଭଡ଼ାରେ ନେବାକୁ କୁହାଯାଇଛି । ତେବେ ପରିବହନ ପାଇଁ ଉଦ୍ଦିଷ୍ଟ ନମ୍ବର ପ୍ଲେଟ ଥିବା ଗାଡିର ସଠିକ ଇନ୍ସୁରାନ୍ସ, ପଲ୍ୟୁସନ ଓ ସଠିକ ପରିମିଟ ଥିବା ଆବଶ୍ୟକ ।
ଅନ୍ୟପଟେ ଧଳା ନମ୍ବର ପ୍ଲେଟ୍ ଗାଡ଼ି ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ପରିବହନ କମିଶନର ସ୍ପଷ୍ଟ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ