ETV Bharat / state

ପିଛା ଛାଡ଼ୁନି ନେତାଜୀ ବସ ଟର୍ମିନାଲ ବିବାଦ, ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଲା ବ୍ୟବସାୟୀ ସଙ୍ଘ - ନେତାଜୀ ବସ ଟର୍ମିନାଲ ବିବାଦ

ନେତାଜୀ ବସ ଟର୍ମିନାଲକୁ ନେଇ ବଢ଼ୁଛି ବିବାଦ। ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପର ଲୋକାର୍ପିତ ତାରିଖ ପାଖେଇ ଆସୁଥିଲା ବେଳେ ଗୋଟିଏ ପରେ ଗୋଟିଏ କେଁ ସମ୍ନାକୁ ଆସୁଛି। ଅଧିକ ପଢ଼ନ୍ତୁ

ନେତାଜୀ ବସ ଟର୍ମିନାଲ ବିବାଦ
ନେତାଜୀ ବସ ଟର୍ମିନାଲ ବିବାଦ
author img

By ETV Bharat Odisha Team

Published : Sep 12, 2023, 10:39 PM IST

ନେତାଜୀ ବସ ଟର୍ମିନାଲ ବିବାଦ

କଟକ: ନେତାଜୀ ବସ ଟର୍ମିନାଲକୁ ନେଇ ବଢ଼ୁଛି ବିବାଦ। ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ରକଳ୍ପର ଲୋକାର୍ପିତ ତାରିଖ ପାଖେଇ ଆସୁଥିଲା ବେଳେ ଗୋଟିଏ ପରେ ଗୋଟିଏ କେଁ ସମ୍ନାକୁ ଆସୁଛି। ପୂର୍ବରୁ ସ୍ତାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ବିବାଦ ମୁଣ୍ଡ ଟେକିଥିଲା ବେଳେ ବର୍ତ୍ତମାନ ସରକାରୀ ବସ ଷ୍ଟାଣ୍ଡରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ।

ତେବେ ବର୍ତ୍ତମାନ ସମୟରେ କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ 147 ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀ ଓ 500 ରୁ ଉର୍ଦ୍ଧ୍ବ ଵ୍ୟଵସାୟୀ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରିଆସୁଛନ୍ତି। କିନ୍ତୁ ଆସନ୍ତା 16 ତାରିଖରେ ଏହି ବସ ଟର୍ମିନାଲ ଉଦ୍ଘାଟନ ହେବାକୁ ଥିଲା ବେଳେ ଏହି ତମାମ ଵ୍ୟଵସାଇଙ୍କ କଥା ଏଯାବତ କର୍ଣ୍ଣପାତ କରି ନାହାନ୍ତି ସିଡିଏ କି ମହାନଗର ନିଗମ । ତେବେ ଏପରି ସ୍ଥଳେ ଆସନ୍ତାକାଲି ଠାରୁ ସରକାରୀ ବସ ଷ୍ଟାଣ୍ଡରେ ଅନିର୍ଦ୍ଧିଷ୍ଟକାଳ ପାର୍ଯ୍ୟନ୍ତ ଧାରଣାରେ ବସିବେ ସମସ୍ତ ବ୍ୟବସାୟୀ । ଏହାସହ ନେତାଜୀ ବସ ଟର୍ମିନାଲ ଉଦ୍ଘାଟନ ଦିବସରେ ହଜାର ହଜାର ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲକ୍ଷ୍ୟ ରଖାଯାଇଥିବା ସ୍ପଷ୍ଟ କରିଛି ବାଦାମବାଡ଼ି ବ୍ୟବସାୟୀ ମହାସଂଘ ।

ଏହା ମଧ୍ୟ ପଢ଼ନ୍ତୁ... ତେଜିଲା ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ବିବାଦ, ରାସ୍ତା ରୋକ୍ କଲେ ସ୍ଥାନୀୟ ଯୁବକ

ଅନ୍ୟପଟେ ହାତରେ ଆଉ କମ ସମୟ ରହୁଥିବାରୁ ଟର୍ମନିଆଲ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ତେବେ ବସ ଟର୍ମିନାଲରେ 52ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ 20ଟି ମୋ ବସ ସହ ମୋଟ 191ଟି ବସ ମଧ୍ୟ ରହଣୀର ସୁବିଧା ରହିଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ 6 ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ ।ଏହାସହ କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବ। ତେବେ ଟର୍ମିନାଲ ଛଡା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ସେ ଦିନ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଗତ ସପ୍ତାହରେ ସମୀକ୍ଷା କରାଯାଇଛି। ଟର୍ମିନାଲ ରସବୁ କାମ ଏକପ୍ରକାର ଶେଷ ହୋଇ ଆସିଥିଲା ବେଳେ ଅଳ୍ପ କାମ ବାକି ରହିଛ ଯାହା ସମୟ ଥାଇ ଶେଷ କରିଦିଆଜିବ ବୋଲି ସିଏମସି ପକ୍ଷରୁ ସୂଚନା ରହିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.