ETV Bharat / state

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଏଥର ହେବନି ସେ ଭୁଲ୍‌

author img

By

Published : Jul 15, 2023, 11:52 AM IST

ରାଷ୍ଟ୍ରପତିଙ୍କ 3 ଦିନିଆ ଓଡିଶା ଗସ୍ତକୁ ନେଇ TPCODL ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ । ବିଦ୍ୟୁତ ଯୋଗାଣ ଦିଗରେ ତୀକ୍ଷଣ ନଜର ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ CEO ଅରବିନ୍ଦ ସିଂ। ଅଧିକ ପଢନ୍ତୁ

president draupadi murmu to visit cuttack

କଟକ: ରାଷ୍ଟ୍ରପତିଙ୍କ 3 ଦିନିଆ ଓଡିଶା ଗସ୍ତକୁ ନେଇ TPCODL ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ । ବିଦ୍ୟୁତ ଯୋଗାଣ ଦିଗରେ ତୀକ୍ଷଣ ନଜର ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ CEO ଅରବିନ୍ଦ ସିଂ। ରାଷ୍ଟ୍ରପତିଙ୍କ ପୂର୍ବ ଗସ୍ତରେ ବାରିପଦାର ଏକ ବିଶ୍ୱ ବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗ ଦେଇ ଅଭିଭାଷଣ ଦେଉଥିଲେ । ସେହି ସମୟରେ ହଠାତ୍‌ ବିଦ୍ୟୁତ ସରବରାହ ଠପ ହୋଇଯାଇଥିଲା । ଏମିତିକି 9 ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ଥିଲା । ସେହି ଅନ୍ଧାରରେ ମଧ୍ୟ ଭାଷଣ ଦେଇଥିଲେ ରାଷ୍ଟ୍ରପତି ।

ତେବେ ଏହି ଘଟଣା ପରେ ରାଜ୍ୟରେ ତୁମ୍ବୀ ତୋଫାନ ଆରମ୍ଭ ହୋଇଥିଲା । ବିରୋଧୀ ଶାସକ ଦଳକୁ କରିଥିଲେ ଟାର୍ଗେଟ । ଏମିତିକି ଶକ୍ତି ମନ୍ତ୍ରୀ ଇସ୍ତଫା ଦେବା ପାଇଁ ଜିଦିରେ ଅଟଳ ହୋଇ ପଡିଥିଲେ ବିରୋଧୀ । ତେଣୁ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ତେବେ ରାଷ୍ଟ୍ରପତି ବର୍ତ୍ତମାନ ଓଡିଶା 3 ଦିନିଆ ଗସ୍ତରେ ଆସୁଥିବା ବେଳେ ଏହି ସମୟରେ ଯେପରି ବିଦ୍ୟୁତ କାଟ ନ ହୁଏ ସେ ଦିଗରେ ଯତ୍ନବାନ ରହିଛି ବିଭାଗ । ଏମିତିକି କୌଣସି ପ୍ରକାର ବିଦ୍ୟୁତ ଯୋଗାଣରେ ଅବରୋଧ ହେବନି ବୋଲି କହିଛନ୍ତି ସିଇଓ ।

ପ୍ରକାଶ ଥାଉକି, ଆସନ୍ତା 26 ତାରିଖରେ କଟକ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରୁ ଗୋଟିଏ ଦିନ ଗସ୍ତ ରହିଥିବା ନେଇ ରାଷ୍ଟ୍ରପତି ଭବନରୁ ସ୍ପଷ୍ଟ କରାଯାଇଛି । ଏହା ରାଷ୍ଟ୍ରପତିଙ୍କ ଦ୍ବିତୀୟ କଟକ ଗସ୍ତ ରହିଥିବା ବେଳେ ସେ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବାର ଯୋଜନା ରହିଛି । ଏନେଇ ସିଏମସି ଓ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଚଣ୍ଡି ମନ୍ଦିର, ନେତାଜୀ ମ୍ୟୁଜିଅମ, ହାଇକୋର୍ଟ, ଏସିବି ବଡ଼ ମେଡିକାଲ, ମଧୁ ବାବୁଙ୍କ ସଂଗ୍ରହାଳୟ, NLU ଆଦି ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମହାମହିମ କଟକ ଗସ୍ତ ପୂର୍ବରୁ ସବୁ ଦିଗକୁ ନଜର ରଖି ଏକ ବଡ଼ ବୈଠକ ଅନୁଷ୍ଠିତ ହେବ । ଯେହେତୁ ରାଷ୍ଟ୍ରପତି କଟକରେ ଦୀର୍ଘ ସମୟ ଧରି ରହିବେ ତାଙ୍କର ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି କାରକେଡ ଓ ସବୁ ଦିଗରେ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ- ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜୟନ୍ତୀ ସମାରୋହ, ସାମିଲ ହେବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ କଟକ ଗସ୍ତ । ପୂର୍ବରୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ୩ ଦିନ ବ୍ୟାପୀ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ବ ଖାଦ୍ୟ ସଙ୍କଟ ପରିବର୍ତ୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକମାନେ ଆଲୋଚନା କରିଥିଲେ ରାଷ୍ଟ୍ରପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.