କଟକ: ଟ୍ବିନସିଟି ଭୁବନେଶ୍ବରରେ କୋରୋନାର କୋପଦୃଷ୍ଟି ପଡିବା ପରେ ଏବେ କଟକରେ କାୟା ମେଲାଇବା ଆରମ୍ଭ କରିଛି କୋରୋନା ଭାଇରସ । ଆଜି(ବୁଧବାର) କଟକ ମହାନଗର ନିଗମରୁ ୫୪ ଜଣ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି । ସେଥିରୁ ୪୧ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।
ତେବେ ୨ ପଜେଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଥୋରିଆ ସାହି ଅଞ୍ଚଳରୁ ଜଣେ ୨୩ ବର୍ଷର ଯୁବତୀ ଓ ସୂତାହାଟ ଅଞ୍ଚଳର ଜଣେ ୪୫ ବର୍ଷର ଯୁବକ ରହିଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୪୫୨ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮ ଜଣଙ୍କର ମୃତୁ ଘଟିଥିବାବେଳେ ୨୧୯ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ