ETV Bharat / state

ଉପରାଷ୍ଟ୍ରପତିଙ୍କ କଟକ ଗସ୍ତ ପାଇଁ ପ୍ରସ୍ତୁତ ସାରଳା ଭବନ

ଆଦି କବି ସାରଳା ଦାସଙ୍କ 600ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଏନେଇ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ପ୍ରସ୍ତୁତ ସାରଳା ଭବନ
ପ୍ରସ୍ତୁତ ସାରଳା ଭବନ
author img

By

Published : Apr 2, 2021, 1:41 PM IST

କଟକ: ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଦି କବି ସାରଳା ଦାସଙ୍କ 600ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଏନେଇ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡାକଡି

ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକ ଏବଂ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । 400ଲୋକ ବସିବା ବ୍ୟବସ୍ଥା ଥିବା ସାରଳା ଭବନରେ 180 ଲୋକଙ୍କୁ ଆସିବାକୁ ଅନୁମତି ମିଳିଛି ।

ତେବେ ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର ପ୍ରଦାନ କରାଯିବ । ତେବେ ଉପରାଷ୍ଟ୍ରପତିଙ୍କ କଟକ ଗ୍ରସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସମସ୍ତ ଛକରେ ପୋଲିସ ମୁତୟନ କରାଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.