ETV Bharat / state

ସୁରକ୍ଷା ବଳୟରେ କଟକରେ ଅନୁଷ୍ଠିତ ହେବ ସ୍ୱାଧୀନତା ଦିବସ: ଡିସିପି

author img

By

Published : Aug 13, 2023, 2:11 PM IST

77 ତମ ସ୍ବାଧୀନତା ଦିବସ ପାଇଁ କଟକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ପ୍ୟାରେଡ଼ର ପୂର୍ବ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

Independence Day
Independence Day
Independence Day

କଟକ: ଆଉ ଦିନକ ପରେ ସାରା ଦେଶ ପାଳନ କରିବାକୁ ଯାଉଛି 77 ତମ ସ୍ବାଧୀନତା ଦିବସ । ଏହି ଜାତୀୟ ଉତ୍ସବ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି । ସେହିପରି କଟକରେ ମଧ୍ୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜନ କରାଯାଉଥିବା ବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ୟାରେଡ୍ ପୂର୍ବ ପ୍ରସ୍ତୁତି ।

ତେବେ ସ୍ୱାଧୀନତା ଦିବସ ପାଳନ ପାଇଁ ଆଉମାତ୍ର ଗୋଟିଏ ଦିନ ବାକି ରହିଛି । ଏଥିପାଇଁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ପ୍ୟାରେଡ଼ର ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଏହି ପ୍ୟାରେଡରେ ୫୦ଟି ଗ୍ରୁପ ଭାଗ ନେବେ । ଏନସିସି ସିନିୟର ଡିଭିଜନ, ଏନସିସି ଜୁନିୟର ଡିଭିଜନ, ନାଭାଲ ଉଇଙ୍ଗ, ଏୟାରଫୋର୍ସ ଉଇଙ୍ଗ, ଏପିଆର ବ୍ରାସ ବ୍ୟାଣ୍ଡ, ସିକ୍ସଥ ବାଟାଲିଆନ ଓ ବିଭିନ୍ନ ସ୍କୁଲର ପିଲାମାନେ ଏହି ପରେଡ଼ରେ ଭାଗ ନେବେ ।

ଏଥିଲାଗି ବାରବାଟୀ ଷ୍ଟାଡିୟମରେ ଏହାର ପୂର୍ବ ପ୍ରସ୍ତୁତି ପ୍ୟାରେଡ଼ର ଅଭ୍ୟାସ କରାଯାଇଛି । ଏହି ଅଭ୍ୟାସ ତିନି ଦିନ ଧରି ଚାଲିଥିଲା। ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଜିଲ୍ଲା ପ୍ରଶାସନ ସହ କମିଶନରେଟ୍ ପୋଲିସର ସହଯୋଗରେ ସ୍ଵାଧୀନତା ଦିବସ ପାଳନ କରାଯିବ । ଏଥିରେ ସ୍କୁଲ, ଏନସିସି ଛାତ୍ରଛାତ୍ରୀ ମାନଙ୍କ ସହ ପୋଲିସ ଫୋର୍ସ ମଧ୍ୟ ପରେଡରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ- Har Ghar Tiranga Campaign: ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା, ଡିପି ପରିବର୍ତ୍ତନ କରିବାକୁ ମୋଦିଙ୍କ ଆହ୍ବାନ

ଅନ୍ୟପଟେ ପତାକା ଉତ୍ତୋଳନ ପାଇଁ ଉପସ୍ଥିତ ରହିବାକୁ ଥିବା ଅତିଥି ମାନଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ କିଭଳି ଭାବରେ ସୁରୁଖୁରୁରେ ପାଳନ କରାଯିବ ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିବା କଥା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ସ୍ଵାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାରେ ପାଳନ ସହ ଶୃଙ୍ଖଳିତ ଭାବେ ପ୍ୟାରେଡ୍ କରାଯିବ ସେ ନେଇ ସବୁ ପ୍ରକାରର ପୂର୍ବ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଉଭୟ ଜିଲ୍ଲା ପ୍ରଶାସନ ଓ କମିଶନରେଟ୍ ପୋଲିସ୍ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.