କଟକ: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏ ନେଇ ତାଙ୍କ ଓକିଲ ମୁହଁ ପ୍ରତିକ୍ରିୟା ରଖିଛନ୍ତି । ରିପୋର୍ଟରେ ତ୍ରୁଟି ରହିଥିବା କଥା କହିଛନ୍ତି ସୌମ୍ୟଙ୍କ ଓକିଲ ପାର୍ଥ ସାରଥୀ ନାୟକ ।
ରିପୋର୍ଟ ଅନୁସାରେ ଶରୀର ୯୫ ପ୍ରତିଶତ ପୋଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେହି ଅନୁସାରେ ଘରେ କୌଣସି ପୋଡା ଦାଗ ନାହିଁ । କିରୋସିନିରେ ପୋଡି ହେଲେ କଳା ଧୂଆଁ ରହିବା କଥା । ମାତ୍ର ଘରେ ସେଭଳି କିଛି ଦେଖିବାକୁ ମିଳି ନାହିଁ । ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି ଆଇନଜୀବୀ ପାର୍ଥ ସାରଥି ନାୟକ ।
ପ୍ରକାଶ ଥାଉ କି ଗତ ୧୩ ତାରିଖରେ ସୌମ୍ୟଙ୍କର କଟକ ସିଡିଏସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ମର୍କତନଗର ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିଲା । ପରେ ମୃତଦେହକୁ ପୋଲିସ ହେପାଜତକୁ ନେଇ ଏସସିବିରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୋମବାର ପୋଷ୍ଟମଟର୍ମ ରିପୋର୍ଟ ଆସିଛି ।
ଏସିଏଫଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତି ଯାଇଛି । ତେବେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ