କଟକ: ରାଜ୍ୟରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ଏ ନେଇ ରାଜ୍ୟ ସମ୍ପୂର୍ଣ୍ଣ ଅନଲକ ହେବାରୁ ଯାଉଛି । ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଖୋଲିବାକୁ ଅନୁମତି ମିଳିଛି । ସିଲଭର ସିଟିରେ ମଧ୍ୟ ମନ୍ଦିର ଖୋଲିବା ନେଇ ଯୋଜନା ଚାଲିଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
କେଉଁ ଆଧାରରେ ମନ୍ଦିର ଖୋଲାଯିବ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ ମୋହର ମାରିବା ପରେ ଜିଲ୍ଲା ପ୍ରଶାସନ ଏହାଉପରେ ମୋହର ମାରିଲେ ହିଁ ମନ୍ଦିର ଖୋଲିବ। ତେଣୁ କଟକରେ ପ୍ରସିଦ୍ଧ ମନ୍ଦିର ମା କଟକଚଣ୍ଡୀ , ଗଡ଼ଚଣ୍ଡୀ , ଗଡ଼ଗଡ଼ିଆ ମନ୍ଦିର ଧବଳେଶ୍ବର ମନ୍ଦିର ଇତ୍ୟାଦି ରହିଛି । ଯେଉଁଠି ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ।
ତେବେ ଏହି ସପ୍ତାହ ମଧ୍ୟରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଯୋଜନା କରୁଥିବା ଜଣାପଡିଛି । କୋଭିଡ଼ ଗାଇଡ଼ଲାଇନ ଆଧାରରେ ମନ୍ଦିର ଖୋଲିବା ନେଇ ସୂଚନା ରହିଛି । ତେବେ ଜିଲ୍ଲାପାଳ କେବେ ଦିନ ମଧ୍ୟରେ ମନ୍ଦିର ଉପରୁ ଲକ ଉଠାଇବେ ତାହା ଉପରେ ସମସ୍ତଙ୍କ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ