କଟକ: SCB ମେଡିକାଲର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ । କୋରୋନା ସଂକ୍ରମଣ ପାଇଁ ଚିକିତ୍ସା,ସ୍ୱତନ୍ତ୍ର ୱାର୍ଡ,ଏହାସହ ଅନ୍ୟ ବିଭାଗର ସ୍ଥିତି ପରଖିଛନ୍ତି ଆରଡିସି । ଏହାସହ ବର୍ତ୍ତମାନ ସୁଦ୍ଧା ମେଡିକାଲ ପରିସରରେ ଆହୁରି ମାନବ ସମ୍ବଳର ଆଵଶ୍ୟକତା ରହିଛି। ଯାହା ପୂର୍ଣ୍ଣ ମଧ୍ୟ କରାଯାଉଛି ।
ଏହାଛଡା ମେଡିକାଲ ସାନିଟାଇଜର ହେଉଛି । ଯାହା ସଂକ୍ରମଣ ରୋକିବାରେ ସହାୟକ ହେବ । କାରଣ ଯେଉଁ କୋରୋନା ସନ୍ଦିଗ୍ଧ ଏସସିବି ଆସୁଛନ୍ତି ସେମନଙ୍କ ମଧ୍ୟରେ କୋରୋନା ଥିବା କି ନଥିବ ପରୀକ୍ଷା ପରେ ସ୍ପଷ୍ଟ ହୋଇଥାଏ । ସେଥିପାଇଁ ସଂକ୍ରମଣର ଭୟ ମଧ୍ୟ ରହିଛି ।
ତେବେ ପଦକ୍ଷେପ ସ୍ବରୂପ ସାନିଟାଇଜର ବ୍ୟବସ୍ଥା କରାଯାଉଛି । ଏହାଛଡା ଗତକାଲି ଏସସିବିରୁ 80 ଟି ନମୁନା ପରୀକ୍ଷା ପାଇଁ ଯାଇଛି। ଯଦି ବି ପଜେଟିଭ କେସ ସମ୍ନାକୁ ଆସେ ତେବେ ସେମାନଙ୍କୁ ସିଡିଏ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ