ETV Bharat / state

ଲକଡାଉନ ପାଇଁ ହାଇକୋର୍ଟଙ୍କ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି, ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ଶୁଣାଣି - ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ଶୁଣାଣି

ଲକଡାଉନ ପାଇଁ ହାଇକୋର୍ଟରେ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଭିଡିଓ କନଫରେନ୍ସ ମାଧ୍ୟମରେ ହେବ ଶୁଣାଣି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଡିଓ କନଫରେନ୍ସ ମାଧ୍ୟମରେ ହାଇକୋର୍ଟରେ ଶୁଣାଣି
ଡିଓ କନଫରେନ୍ସ ମାଧ୍ୟମରେ ହାଇକୋର୍ଟରେ ଶୁଣାଣି
author img

By

Published : Apr 9, 2020, 12:49 AM IST

କଟକ: ଇ-ଫାଇଲିଂ ଦ୍ବାରା ହାଇକୋର୍ଟରେ ଏଣିକି କେସ ଫାଇଲ କରାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । କୋରୋନା ପାଇଁ ହୋଇଥିବା ଲକଡାଉନ ସମୟରେ ନ୍ୟାୟ ପ୍ରଦାନ ପାଇଁ ଓଡିଶା ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ବୁଧବାର ଓଡିଶା ହାଇକୋର୍ଟଇ ଫାଇଲିଂ ଓ ଭିଡିଓ କନଫରେନସିଂ ସ୍କିମ୍ ୨୦୨୦ ଆଇନ ପ୍ରଣୟନ କରାଯାଇଛି ।

ଡିଓ କନଫରେନ୍ସ ମାଧ୍ୟମରେ ହାଇକୋର୍ଟରେ ଶୁଣାଣି
ଡିଓ କନଫରେନ୍ସ ମାଧ୍ୟମରେ ହାଇକୋର୍ଟରେ ଶୁଣାଣି

ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହାଇକୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଇନଜୀବୀମାନେ ଘରେ ରହି ଇ-ଫାଇଲିଂ ମାଧ୍ୟମରେ କୋର୍ଟରେ କେସ ଫାଇଲ କରିପାରିବେ । ଏହି ନୁଆ ସ୍କିମ୍ ଅନୁଯାୟୀ ଆଇନଜୀବୀ ମାନେ କୋର୍ଟ ନଆସି ୱେବସାଇଟ ମାଧ୍ୟମରେ ମାମଲା ରୁଜୁ କରିପାରିବେ ।

efilingohc@gmail.com ୱେବସାଇଟରେ କେସ୍ ଫାଇଲ କରିପାରିବେ । ସେହିପରି ଭିଡିଓ କନଫରେନ୍ସିଂ ଦ୍ବାରା ମାମଲା ଶୁଣାଣି କରିବା ସମୟରେ କୌଣସି ସମସ୍ୟା ଉପୁଜିଲେ ହେଲପଲାଇନ ନମ୍ବରରେ(9437900550) କୁ ଯୋଗାଯୋଗା କରିବାକୁ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.