କଟକ: ଆସନ୍ତା ଶନିବାର ବସିବ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ । ଛୁଟି ଦିନରେ ବସିବାକୁ ଥିବା ଏହି ବେଞ୍ଚରେ 10ବର୍ଷରୁ ଊର୍ଦ୍ଧ୍ବ ବିଚାରଧୀନ କଏଦୀମାନଙ୍କ ମାମଲାର ଶୁଣାଣୀ ହେବ ।
ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଶନିବାର ଦିନ 59ଟି ମାମଲାର ଶୁଣାଣି କରାଯିବା ନେଇ ହାଇକୋର୍ଟ ପକ୍ଷରୁ ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ