ETV Bharat / state

ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ, ଦଳି ମାରିଲେ ଚାଷୀଙ୍କୁ

ଚୌଦ୍ବାରରେ ହାତୀ ପଲଙ୍କ ଉତ୍ପାତ । ଫଳରେ ଜଣେ ଗରିବ ଚାଷୀଙ୍କ ଜୀବନ ଯାଇଛି । କେବଳ ସେତିକି ନୁହେଁ ଶହ ଶହ ଏକର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ଏହି ହାତୀ ପଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Dec 5, 2020, 10:57 AM IST

ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ, ଦଳି ମାରିଦେଲା ଚାଷୀ

କଟକ: ଚୌଦ୍ବାରରେ ହାତୀ ପଲଙ୍କ ଉତ୍ପାତ । ଫଳରେ ଜଣେ ଗରିବ ଚାଷୀଙ୍କ ଜୀବନ ଯାଇଛି । କେବଳ ସେତିକି ନୁହେଁ ଶହ ଶହ ଏକର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ଏହି ହାତୀ ପଲ ।

ସୂଚନାନୁଯାୟୀ, ଚୌଦ୍ବାର ପୌରାଞ୍ଚଳ ଓଟିଏମ କଲୋନୀ ଅଞ୍ଚଳର ରତ୍ନାକର ବେହେରା ନାମକ ଜଣେ ଚାଷୀ ନିକଟସ୍ତ ଭରାଣ୍ଡି ବିଲକୁ ଧାନ କାଟିବାକୁ ଯାଇଥିବାବେଳେ ହାତୀ ପଲ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ ଘଟିଥିଲା ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟବାସିନ୍ଦା ପ୍ରତିବାଦ କରିଥିଲେ । ବନ ବିଭାଗର ନିଷ୍କ୍ରିୟତା ପାଇଁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିଲାଗି କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଜନ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାରୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ଏହି ହାତୀପଲରେ ୧୨ ଟି ହାତୀ ଥିବା ବେଳେ୨ ଟି ଦନ୍ତା,୪ ଟି ଛୁଆ ଓ ୬ଟି ମାଈ ହାତୀ ଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.