ETV Bharat / state

କାକୁଡ଼ିଆ ଗାଁରେ କଣ୍ଟେନମେଣ୍ଟ ଜୋନର ଅବଧି ବୃଦ୍ଧି

author img

By

Published : Dec 31, 2020, 7:25 AM IST

କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମରେ ପୂର୍ବରୁ କରାଯାଇଥିବା କଣ୍ଟେନମେଣ୍ଟ ଜୋନର ଅବଧିକୁ ବୃଦ୍ଧି କରାଯାଇଛି । ବୁଧବାର ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଏହାକୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କାକୁଡ଼ିଆ ଗ୍ରାମରେ କଣ୍ଟେନମେଣ୍ଟ ଜୋନର ଅବଧି ବୃଦ୍ଧି

କଟକ: କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମରେ ପୂର୍ବରୁ କରାଯାଇଥିବା କଣ୍ଟେନମେଣ୍ଟ ଜୋନର ଅବଧିକୁ ବୃଦ୍ଧି କରାଯାଇଛି । ବୁଧବାର ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଏହାକୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି ।

୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ୭୨ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା । ସୂଚନାଯୋଗ୍ୟ ଗତ ୨୧ ତାରିଖରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମରେ ୫ ଜଣଙ୍କ ସମେତ ୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା। ତେବେ ବୁଧବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । କାକୁଡ଼ିଆ ଗାଁର ସମସ୍ତ ଲୋକଙ୍କର ସ୍ୱାବ୍‌ ପରୀକ୍ଷା କରାଯାଉଛି ବୋଲି ବ୍ଲକ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.