କଟକ: ଗୁରୁବାରଠୁ ରାଜ୍ୟରେ ବସ ଗଡିବା ନେଇ ଏବେ ବି ଲାଗି ରହିଛି ସଂଶୟ । କାରଣ ଏଯାବତ ବାଦାମବାଡିରୁ ଗୋଟିଏ ହେଲେ ବି ଘରୋଇ ବସ ପ୍ରବେଶ କରିନାହିଁ । ତେବେ ଏହାରି ଭିତରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଟକ ମୋଟର କର୍ମଚାରୀ ୟୁନିୟନ ।
ମାଲିକମାନଙ୍କ ସହ ସମ୍ପର୍କ କ୍ଷୀଣ ହେବାପରେ ରାଜ୍ୟ ସରକାର ହିଁ ଏବେ ସାହା ଭରସା । ଗାଡି ବନ୍ଦ ଥିବାରୁ ଦରମା ବି ନାହିଁ । ଆଉ ପରିବାର ବି ପୋଷଣ ହେଉନି । ତେବେ ରାଜ୍ୟ ସରକାର ଆମ ଦାବି ସମୂହକୁ ଶୀଘ୍ର ମାନିବା ନିତ୍ୟନ୍ତ ଆବଶ୍ୟକ ବୋଲି ଦାବି କରିଛି ୟୁନିୟନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ