ETV Bharat / state

ସହରରେ ସକ୍ରିୟ ବାଲି ମାଫିଆ, ପ୍ରଶାସନ ବିଫଳ

author img

By

Published : Mar 21, 2021, 8:54 PM IST

ସହରରେ ଦିନକୁ ଦିନ ବାଲି ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ...

ସହରରେ ସକ୍ରିୟ ବାଲି ମାଫିଆ, ପ୍ରଶାସନ ବିଫଳ
ସହରରେ ସକ୍ରିୟ ବାଲି ମାଫିଆ, ପ୍ରଶାସନ ବିଫଳ

କଟକ: ସହରରେ ଦିନକୁ ଦିନ ବାଲି ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି । ଏପରିକି ଦିନ ଦ୍ବିପ୍ରହରେ ଖୁଲମଖୁଲା ବାଲିଘାଟରୁ ବାଲି ଚାଲାଣ କରାଯାଉଛି । ଆଉ ଏହାକୁ ତାଗିଦ କରିବାରୁ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହେବାକୁ ପଡୁଛି । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ କଟକ ମର୍କତ ନଗର ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଘଟିଛି । ସବୁଠାରୁ ବଡ଼କଥା ହେଉଛି ଏହାକୁ ରୋକିବାକୁ ଯାଇ ସିଏମସିର ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଜଣେ ବରିଷ୍ଠ ଅଧିକାରୀ ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଉଛି ।

ସହରରେ ସକ୍ରିୟ ବାଲି ମାଫିଆ, ପ୍ରଶାସନ ବିଫଳ

ମିଳିଥିବା ସୂଚନା ଅନୁସାରେ ୪ଟି ଟ୍ରାକ୍ଟରରେ ବେଆଇନ ଭାବରେ ବାଲି ବୁହା ହେଉଥିବା ଖବର ପାଇ ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପହଞ୍ଚି ବେଆଇନ ବୋଝେଇ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର କିଛି ସମୟ ଟ୍ରାକ୍ଟର ଡ୍ରାଇଭର ଓ ସ୍କ୍ବାର୍ଡ ମଧ୍ୟରେ ଛକା ପଞ୍ଝା ଦେଖିବାକୁ ମିଳିଥିଲା । ଅନେକ ଯୁକ୍ତିତର୍କ ପରେ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇବାରେ ସଫଳ ହୋଇଥିଲେ ଏହି ସ୍କ୍ବାର୍ଡ । ମାତ୍ର ଏହି ଘଟଣାରେ ସ୍କ୍ବାର୍ଡର ଜଣେ ବରିଷ୍ଠ ଅଧିକାରୀ ଆହତ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ କିନ୍ତୁ ଏନଫୋର୍ସ ମେଣ୍ଟ ସ୍କ୍ବାର୍ଡର ବରିଷ୍ଠ ଅଧିକାରୀ କିଛି କହିବାକୁ ମନା କରିଥିଲେ ବି ଆମ ମିଶନ ସଫଳ ହେବା ପରେ କହିବେ ବୋଲି କହିଛନ୍ତି। ତହସିଲଦାରଙ୍କ ଆଦେଶରେ ଆମେ ବାଲି ଗାଡି ଅଟକାଇଥିଲୁ ବୋଲି ସେ କହିଛନ୍ତି ସ୍କ୍ବାର୍ଡ ସଦସ୍ୟ ।

ବାଲିଘାଟରୁ ଟ୍ରାକ୍ଟରରେ ବାଲି ଉଠାଇବା ପାଇଁ ଅନୁମତି ମିଳିନାହିଁ । ପ୍ରତ୍ୟକ ଦିନ ରୟାଲ୍ଟି ଦେଇ ଏପରି ବାଲି ଇଠାଇଥାଆନ୍ତି ବାଲି ମାଫିଆ । ଗୋଟିଏ ଟ୍ରାକ୍ଟର ପାଇଁ ରୟାଲ୍ଟ ଆଣି ଅନେକ ଟ୍ରାକ୍ଟରରେ ବାଲି ଚାଲାଣ କରାଯାଇଥାଏ। ଆଉ ସବୁକିଛି ବୁଝାମଣା ମାଧ୍ୟମରେ କରାଯାଇଥାଏ।ଯେତେବେଳେ ବୁଝାମଣା ଠିକ ଭାବରେ ହୋଇପାରିଲା ନାହିଁ ସେତେବେଳେ ସ୍କ୍ବାର୍ଡ ଓ ଟ୍ରାକ୍ଟର ଡ୍ରାଇଭରଙ୍କ ମଧ୍ୟରେ ଯୁକ୍ତିତର୍କ ଆଉ ମାଡ଼ ମାରିବା ପରି ଅଭିଯୋଗ ଆସୁଛି। ତେବେ ସ୍କ୍ବାର୍ଡ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଟ୍ରାକ୍ଟର ଡ୍ରାଇଭର ଓ ମାଲିକ । ପ୍ରଶାସନର ବିଫଳତା ଯୋଗୁଁ ମାଲାମାଲ ହେଉଛନ୍ତି ବାଲି ମାଫିଆ । ଉଦ୍ଦିଷ୍ଟ ନିୟମକୁ କଡାକଡି କରାନଗଲେ ଆଗକୁ ପରିସ୍ଥିତି କଣ ହେବ ତାହା ନକହିବା ଭଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.