ETV Bharat / state

ପେଟାନାଳ ସମ୍ମୁଖରେ ଥିବା ବସ୍ତି ଉଚ୍ଛେଦ

ପେଟାନାଳ ସମ୍ମୁଖରେ ଥିବା ବସ୍ତି ଉଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା । ଅଧିକ ପଢନ୍ତୁ

slum dwellers express their displeasure for demolition of the slum
ପେଟାନାଳ ସମ୍ମୁଖରେ ଥିବା ବସ୍ତି ଉଚ୍ଛେଦ
author img

By

Published : Aug 30, 2022, 10:35 AM IST

କଟକ: ଚୁରମାର ହେଲା ପେଟାନାଳ ସମ୍ମୁଖରେ ଥିବା ବସ୍ତି(Eviction Drive at Petanal) । ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ବସ୍ତି ବାସିନ୍ଦା ରହି ଆସୁଥିଲେ । ଏନେଇ CDA 16ଏକର ଜମିରୁ ଜବର ଦଖଲ ଉଚ୍ଛେଦ କରିଛି । ଏଥିସହ 9ଏକର ଜମିରେ ମାର୍କେଟ କମ୍ପ୍ଲେସ ତିଆରି ହେବା ନେଇ କହିଛନ୍ତି ପ୍ରଶାସନିକ ଅଧିକାରୀ । ସୂଚନା ଅନୁଯାୟୀ, ବସ୍ତିରେ ବେଆଇନ ଭାବରେ ଦୀର୍ଘ ବର୍ଷ ଧରି ରହିଆସିଛନ୍ତି ବସ୍ତିବାସିନ୍ଦା । ପ୍ରାୟ 30ବର୍ଷ ଧରି ଏମାନେ ଏଠିକାର ବାସିନ୍ଦା ।

ପେଟାନାଳ ସମ୍ମୁଖରେ ଥିବା ବସ୍ତି ଉଚ୍ଛେଦ

ଏଇଠି ଜନ୍ମହୋଇ ଦେଖିସାରିଲେଣି କେତେ କର୍ପୋରେଟର ଆଉ ବିଧାୟକ । ବସ୍ତି ଉନ୍ନୟନ ଯୋଜନାରେ ଏମାନେ ପାଇଛନ୍ତି ପକ୍କା ରାସ୍ତା,ଅମୃତ ଯୋଜନାରେ ପାଇଛନ୍ତି ପିଇବା ପାଣି, ଯାଇକା କରିଛି ସ୍ବରାଜ ଯୋଜନା, ଖାଦ୍ୟ ସୁରକ୍ଷାରେ ପାଇଛନ୍ତି ରାସନ କାର୍ଡ, ବିଜୁ କୁଟୀର ଜ୍ୟୋତିରେ 24ଘଣ୍ଟିଆ ବିଦ୍ୟୁତ ସେବା । ଏତେସବୁ ଯୋଜନା ପରେ ବସ୍ତିବାସିନ୍ଦାଙ୍କ ନିଜସ୍ବ ଜାଗା ନାହିଁ କହି ଜବର ଦଖଲ ଉଚ୍ଛେଦ କରିଛି ସିଡିଏ ।

ଏଥିସହ ଘର ଖାଲି କରିବାକୁ ସମୟ ନ ଦେଇ ହଠାତ ବସ୍ତି ଉଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସିନ୍ଦା । ଅନ୍ୟପଟେ ପୂର୍ବରୁ ବାରମ୍ବାର ବସ୍ତି ଖାଲି କରିବା ନେଇ ଅବଗତ କରାଯାଇଥିଲା ମଧ୍ୟ କେହି ମାନିଲେନି ବୋଲି କହିଛନ୍ତି ସିଏମସି ଅଧିକାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.