ETV Bharat / state

ଖୁବଶୀଘ୍ର ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଜାଗା ଚିହ୍ନଟ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ - library for competitive students

କଟକରେ ଥିବା ପୁରୀ-ଅନୁଗୋଳ ବସଷ୍ଟାଣ୍ଡରେ ନିର୍ମାଣ ହେବାକୁ ଯାଉଛି ବୃହତ୍ ପାଠାଗାର । ଏଥିପାଇଁ ଡିପିଆରଓ ପ୍ରସ୍ତୁତ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

tender process started for modern library
ଅତ୍ୟାଧୁନିକ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ
author img

By ETV Bharat Odisha Team

Published : Oct 14, 2023, 8:08 PM IST

ଅତ୍ୟାଧୁନିକ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

କଟକ: ଖୁବଶୀଘ୍ର ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ । ବୃହତ୍ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଇବ୍ରେରୀରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ କଟକରେ ଜାଗା ମଧ୍ୟ ଚିହ୍ନଟ ଶେଷ ହୋଇଛି । ବାଦାମବାଡ଼ି ନିକଟରେ ଥିବା ପୁରୀ-ଅନୁଗୋଳ ବସଷ୍ଟାଣ୍ଡରେ ନିର୍ମାଣ ହେବ ଏହି ବୃହତ୍ ପାଠାଗାର । ଯାହା ପାଇଁ 30 କୋଟି 56 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛନ୍ତି ସରକାର । ଏନେଇ ଡିପିଆରଓ ପ୍ରସ୍ତୁତ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ଏହି ବୃହତ୍ ପାଠାଗାରର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ନେଇ କହିଛନ୍ତି ସିଏମସି ମେୟର ସୁବାସ ସିଂ । ପୂର୍ବରୁ କଟକରେ କମ୍ପିଟେଟିଭ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା ।

ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ ବିଶ୍ଵନାଥ ପଣ୍ଡିତ ପାଠାଗାର ଉଚ୍ଛେଦ ହେବାରୁ ଚିନ୍ତାରେ ରହିଥିଲେ ଛାତ୍ରଛାତ୍ରୀ । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ କିପରି ପଢିବେ ଆଉ ସଫଳତା ହାସଲ କରିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ । ତେବେ ବସ ଟର୍ମିନାଲର ଶୁଭ ପଡିବା ଦିନଠୁ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପାଠାଗାରର ବ୍ୟବସ୍ଥା ହୋଇପାରିନଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ ସରକାରୀ ଚାକିରି ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଛନ୍ତି ବହୁ ଆଶାୟୀ ।

ଚାକିରି ତୁଳନାରେ ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ରହିଥିବାବେଳେ କଟକର ବିଶ୍ଵନାଥ ପଣ୍ଡିତ ପାଠାଗାରେ ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରି ଭବିଷ୍ୟତ ଗଢିଥାନ୍ତି । ଆଗକୁ ଅନେକ ପରୀକ୍ଷା ରହିଥିବାବେଲେ ଏହି ସମୟରେ କଟକରେ ପାଠାଗାରର ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ । ବର୍ତ୍ତମାନ ହାଇକୋର୍ଟର ଲାଇବ୍ରେରୀକୁ ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ପ୍ରଦାନ କରାଯାଇଥିବାବେଳେ ସେହି ପରିବେଶରେ ପଢିବା ପାଇଁ ଅନୁକୂଳ ହେଉନଥିବା ପିଲାମାନେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଇ-ଲାଇବ୍ରେରୀ, ଉତ୍ତମ ଭବିଷ୍ୟତ ଗଢୁଛି ପାଠାଗାର

ବିଶେଷକରି ଶନିବାର ଓ ରବିବାର ଏହି ବିଦ୍ୟାର୍ଥୀମାନଙ୍କ ପାଇଁ ପାଠାଗାରରେ ପଢ଼ିବାର ଏକ ସ୍ୱତନ୍ତ୍ର ସୁଯୋଗ ରହିଥାଏ। କିନ୍ତୁ ହାଇକୋର୍ଟରେ ଥିବା ଏହି ପାଠାଗାର ଅଧିକାଂଶ ଦିନ ବନ୍ଦ ରହୁଥିବା କାରଣରୁ ପାଠ ପଢିବା ଦିଗରେ ବାଧା ସୃଷ୍ଟି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏଥିପାଇଁ ଏକ ନୂତନ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିବାବେଳେ ସରକାରଙ୍କ ତରଫରୁ ଗ୍ରୀନ ସିଗନାଲ ମିଳିଥିଲା । ଏନେଇ କଟକରେ ଜାଗା ମଧ୍ୟ ଚିହ୍ନଟ ଶେଷ ହୋଇଛି । ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ନୂଆ ପାଠାଗାର ନିର୍ମାଣ ହେବା ପରେ ସବୁ ସମସ୍ୟାର ସମାଧାନ ହେବ । ଏହାସହ ଅନେକ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢିପାରିବେ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.