ETV Bharat / state

ଖୁବଶୀଘ୍ର ବଦଳିବ ତାଳଦଣ୍ଡା କେନାଲର ଚିତ୍ର

author img

By

Published : Jun 12, 2019, 1:37 AM IST

ନୂଆ ରୂପ ପାଇବ କଟକର ତାଳଦଣ୍ଡା କେନାଲ । ରାଜ୍ୟ ସରକାର ମଞ୍ଜୁର କଲେ ପନ୍ଦର ଶହ କୋଟି ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ତାଳଦଣ୍ଡା କେନାଲର ହେବ ନବୀକରଣ । ଏନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଯୋବ୍ରା ବନ୍ଧ ନିକଟରୁ ବିରିବାଟି ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ନିର୍ମାଣ କରାଯିବ କଂକ୍ରିଟ ବନ୍ଧ ଓ ସ୍ଲାବ୍ । ସେଥିପାଇଁ ମଙ୍ଗଳବାର କେନାଲର ସ୍ଥିତି ପରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମହତାବ କହିଛନ୍ତି ଯେ, ପାରାଦୀପକୁ ପ୍ରତି 7 ଦିନରେ ଥରେ ପାଣି ଯୋଗାଉଥିବା ଏହି କେନାଲରେ ବିଶୁଦ୍ଧ ଜଳ ପ୍ରବାହିତ ହେବା ନିତ୍ୟନ୍ତ ଆଵଶ୍ୟକ । ତେବେ କେନାଲଟି ସିଏମସି ଅଧୀନରେ ଥିବାରୁ ଅନେକ ଶାଖା ନାଳ ଏହି କେନାଲରେ ମିଶିଛନ୍ତି । ଏହାଛଡ଼ା ବଡ଼ ମେଡିକାଲ ଓ ସହରର ବର୍ଯ୍ୟ ଜଳ ମଧ୍ୟ କେନାଲ ପାଣିରେ ମିଶୁଛି । ଯାହାକି ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାରାଦୀପ ପୋର୍ଟ ଏବଂ ଆଖପାଖ 9ଟି ଶିଳ୍ପାନୁଷ୍ଠାନକୁ ପ୍ରତି ବର୍ଷ ଜଳ ଛାଡିବା ଦ୍ୱାରା ରାଜ୍ୟ ରାଜସ୍ୱକୁ ଆସୁଛି 20 କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଯାହାକି କେନାଲର ଉନ୍ନତିରେ ଲାଗିବା ଦରକାର ବୋଲି ମହତାବ କହିଛନ୍ତି । ତେବେ ଏନେଇ ନିଜସ୍ୱ ପାଣ୍ଠିରୁ ପନ୍ଦର ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଯାହାଦ୍ୱାରା ଯୋବ୍ରା ନିକଟରୁ ବିରିବାଟି ପର୍ଯ୍ୟନ୍ତ କେନାଲର ଦୁଇ ପାର୍ଶ୍ଵରେ କଂକ୍ରିଟ ବନ୍ଧ ନିର୍ମାଣ ହେବ । ଫଳରେ ଅନ୍ୟ ନାଳ, ବଡ଼ ମେଡିକାଲ ଓ ସହରର ବର୍ଯ୍ୟ ଜଳ କେନାଲରେ ପ୍ରବେଶ କରିପାରିବନି ।

ସିଏଲଏସଆରପି ଯୋଜନା ମାଧ୍ୟମରେ ଏହି ବିକାଶମୂଳକ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଯାହା ଏକ ଦୀର୍ଘମିଆଦି ଯୋଜନା । ଏହି କାମ ପାଇଁ ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ସମସ୍ତ ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବାଲେଶ୍ଵର ନାଥ ସାହୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.