ETV Bharat / state

ଶୌଚାଳୟରେ ଝୁଲୁଛି ତାଲା, ବାଲଟି ମଗ ଧରି ଆନ୍ଦୋଳନ କଲା ସୁବାସ ସଙ୍ଗଠନ

author img

By

Published : Apr 30, 2023, 2:25 PM IST

କଟକରେ ହକି ବିଶ୍ବକପ ସରିବା ପରେ ଅନେକ ଶୌଚାଳୟରେ ତାଲା ଝୁଲୁଛି । ଏହାକୁ ବିରୋଧ କରି ବାଲଟି ମଗ ଧରି ସୁବାସ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ

Subhash Sangathan stage unique protest
Subhash Sangathan stage unique protest
Subhash Sangathan stage unique protest

କଟକ: ସହରର ବିଭିନ୍ନ ଶୌଚାଳୟ ବନ୍ଦ ରହିଛି । ତାଲା ଝୁଲୁଥିବା ଦେଖାଦେଇଛି । ଏହାକୁ ବିରୋଧ କରି ସୁବାସ ସଙ୍ଗଠନର ଏକ ଭିନ୍ନ ଡ଼ଙ୍ଗରେ ଆନ୍ଦୋଳନ କରିଛି । ହାତରେ ବାଲଟି ମଗ ଧରି ବନ୍ଦ ପଡିଥିବା ଶୌଚାଳୟ ଆଗରେ ଗାଧେଇବା ସହ ସିଏମସିର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛି ସଂଗଠନ ।

ବିକାଶ ନାଁରେ ମହାନଗର ନିଗମ ସହରର ବିଭିନ୍ନ ଯୋଜନାରେ ମାନମାନି କରୁଥିବା ନେଇ ଅଭିଯୋଗ ହୋଇଛି । କଟକକୁ ନୂଆ କରି ଗଢି ତୋଳିବା ଓ ୟୁରୋପ ପରି କରିବା ପାଇଁ ମହାନଗର ନିଗମ ଯେଉଁ କାର୍ଯ୍ୟ କାରୁଛି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ । ହକି ବିଶ୍ୱକପ ସମୟରେ କଟକରେ ଯେଉଁ ଶୌଚାଳୟ ନୂଆ କରି ଗଢ଼ା ଯାଇଥିଲା ସେଥିରେ ଏବେ ତାଲା ଝୁଲୁଛି । ଯାହାକୁ ନେଇ ଆଜି ଏଭଳି ଏକ ଭିନ୍ନ ଡ଼ଙ୍ଗରେ ଆନ୍ଦୋଳନ କରିଛି ସଙ୍ଗଠନ । ହାତରେ ବାଲଟି ମଗ ଧରି ବନ୍ଦ ପଡିଥିବା ଶୌଚାଳୟ ଆଗରେ ଗାଧେଇବା ସହ ସିଏମସିର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ ଆନ୍ଦୋଳନକାରୀ କହିଛନ୍ତି,"ହକି ବିଶ୍ୱକପ ସମୟରେ ସହର ଉନ୍ନତି ପାଇଁ 30 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଏହାର ଫଳ ଆଜି କଟକବାସୀ ଭୋଗୁଛନ୍ତି । କେବଳ ଦେଶ ବିଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ ଏହି ଶୌଚାଳୟ ବୋଧେ ଖୋଲାଯାଇଥିଲା । ସେଥିପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ ।"

ଅନ୍ୟପଟେ ଏହି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂ । ମେୟରଙ୍କ କହିବାନୁସାରେ, "ଜାନୁଆରୀରେ ବିଶ୍ୱକପ ଶେଷ ହୋଇଛି । ଫେବୃଆରୀରେ ଏହି ଶୌଚାଳୟ ନିର୍ମାଣ କାମ ଶେଷ ହୋଇଛି । 2 ମାସ ଟେଣ୍ଡର ପାଇଁ ସମୟ ରହିଛି । ତେବେ ସାମଗ୍ରିକ ବିକାଶ ପାଇଁ ଯୋଜନା କରୁଛି ସିଏମସି । ଯେଉଁ ଆନ୍ଦୋଳନ ହେଉଛି ତାହାର ଅର୍ଥ ସିଏମସି ସବୁ କିଛି କରୁନି କେଵ ଏଥିପାଇଁ ସମସ୍ତଙ୍କ ସହଯୋଗିତାରେ ସବୁ କିଛି ସମ୍ଭବ । ତାଙ୍କର ଯଦି କିଛି ଅଭିଯୋଗ ରହିଛି ସେମାନେ ମହାନଗର ନିଗମ ଆସି ଅଭିଯୋଗ କରି ପରିଥାନ୍ତେ । କିନ୍ତୁ ଯେଉଁ ଆଜି ଆନ୍ଦୋଳନ କରିଛନ୍ତି ସଙ୍ଗଠନ ତାହା କେବେବି ଶୋଭନୀୟ ନୁହେଁ । କଟକ ବଦଳୁଛି ଆଉ ଖୁବ କମ ଦିନ ମଧ୍ୟରେ ଏହି ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହେବ। ଏହାର ଲାଭ ଉଠାଇ ପାରିବେ କଟକବାସୀ ।" ତେବେ ଏହି ଦିଗ ଉପରେ ଆଲୋଚନା ଜାରି ରହିଛି ଖୁବ ଶୀଘ୍ର ଏହା କାର୍ଯ୍ୟ କରିବ ଓ ତଦାରଖ ପାଇଁ ଏସଏସଜି କିମ୍ବା ଅନ୍ୟ ସଂସ୍ଥା ଟେଣ୍ଡର ହେବ ସେନେଇ ବିଚାର ବିମର୍ସ ଜାରି ରହିଛି ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.