ETV Bharat / state

ଥଇଥାନ ନ କରି ଉଚ୍ଛେଦକୁ ବିରୋଧ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Mar 15, 2021, 10:20 PM IST

ଏସସିବି ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ କୂଳରେ ଥିବା ବସ୍ତି ଗୁଡିକ ଉଚ୍ଛେଦ ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀଙ୍କ ବିରୋଧ । ଅଧିକ ପଢନ୍ତୁ....

school
ଥଇଥାନ ନକରି ଉଚ୍ଛେଦକୁ ବିରୋଧ , ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

କଟକ: ଏସସିବି ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ କୂଳରେ ଥିବା ବସ୍ତି ଗୁଡିକ ଉଚ୍ଛେଦ କରାଯିବ।ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବସ୍ତି ଖାଲିକରିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଯାହାକୁ ବିରୋଧ କରି ଆଜି ଶତାଧିକ ବସ୍ତି ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା

ଆଗକୁ ମାଟ୍ରିକ ପରୀକ୍ଷା ଥିବାବେଳେ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ କରିବାକୁ ଦାବି କରିଥିଲେ। ବସ୍ତି ଉଚ୍ଛେଦ ହେଲେ ପାଠପଢିବାର ସମସ୍ୟା ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ତେଣୁ ପରୀକ୍ଷା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ନିରାଶ ହୋଇଥିଲେ ଛାତ୍ରଛାତ୍ରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.