ETV Bharat / state

ଗୁରୁକୃପା ସରସ୍ବତୀ ଶିଶୁ ମନ୍ଦିରରେ ଶିଶୁ ଦିବସ, ବିଭିନ୍ନ ବେଶରେ ନଜର ଆସିଲେ ପିଲାଏ - ନିଆଳି ନ୍ୟୁଜ

ଶିଶୁ ଦିବସ ଅବସରରେ କଟକ ଜିଲ୍ଲା ନିଆଳି ବ୍ଳକର କପାସି ପଞ୍ଚାୟତସ୍ଥିତ ପୋଦନା ଗୁରୁକୃପା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ପିଲାମାନଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

student celebrated children's day
student celebrated children's day
author img

By ETV Bharat Odisha Team

Published : Nov 14, 2023, 4:50 PM IST

student celebrated children's day

ନିଆଳି: ଆଜି ହେଉଛି ଶିଶୁ ଦିବସ । ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ । ସେ ପିଲାଙ୍କୁ ଖୁବ ଆଦର ଏବଂ ଭଲ ପାଉଥିବାରୁ ତାଙ୍କ ଜନ୍ମ ଦିନକୁ ଦେଶ ବ୍ଯାପି ଶିଶୁ ଦିବସ ଭାବରେ ପାଳନ କରାଯାଉଛି।‌ ଏହି ଅବସରରେ କଟକ ଜିଲ୍ଲା ନିଆଳି ବ୍ଳକର କପାସି ପଞ୍ଚାୟତସ୍ଥିତ ପୋଦନା ଗୁରୁକୃପା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ପିଲାମାନଙ୍କ ପକ୍ଷରୁ ବିଭିନ୍ନ ଗାଁରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେବେ ପୋଦନା ଗୁରୁକୃପା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ୨୦୧୧ ମସିହାରୁ ନାଟକ ଓ ଏକକ ଅଭିନୟ ମାଧ୍ୟମରେ ସମାଜକୁ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ନେଇ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ କହିଛନ୍ତି । ସେହିପରି ଆଜି ଏହି ପବିତ୍ର ଶିଶୁ ଦିବସ ଅବସରରେ କଟକ ଜିଲ୍ଲା ନିଆଳି ବ୍ଳକ ବାହାରଣା ପଞ୍ଚାୟତସ୍ଥିତ ବରିମୁଣ୍ତ ହନୁମାନ ମନ୍ଦିର ପରିସରରେ ସ୍ବାସ୍ଥ୍ୟ, ଶିକ୍ଷା, ନିଶା ନିବାରଣ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସମାଜକୁ ସଚେତନତା ବାର୍ତ୍ତା ଦିଆଯାଇଛି ।

ଏଥି ସହିତ ସ୍ବଗର୍ତ ପଣ୍ତିତ ଜବାହରଲାଲ ନେହେରୁଙ୍କ ଜୀବନୀ ଶୈଳୀ ସମାଜ ପାଇଁ ଶିଶୁମାନଙ୍କ ପାଇଁ ଅହେତୁକ ଅବଦାନ ଉପରେ ସାଧାରଣ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ନିଆଳି ବ୍ଲକର ପହଙ୍ଗା, ଜଲ୍ଲାରପୁର, ଷଂଢାଶ କପାସି ଏମିତି ଅନେକ ପଞ୍ଚାୟତର ୨୦ଟି ଗାଁରେ କୁନି କୁନି ଶିଶୁମାନେ ଯାଇ ସଚେତନତା ବାର୍ତ୍ତା ବାଣ୍ଟିଥିବା ଜଣାପଡିଛି ।‌ ଏହି କାର୍ଯ୍ୟକ୍ରମକୁ ଗାଁର ଲୋକେ ଦେଖି ବେଶ ଖୁସି ମନେ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Childrens day: ଆଜି ଶିଶୁ ଦିବସ, ଆସନ୍ତାକାଲିର ଭବିଷ୍ୟତ ଶିଶୁ କଥାକୁ ହୃଦଙ୍ଗମ କରିଥିଲେ ଚାଚା ନେହେରୁ

ତେବେ ୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତରପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ନେହେରୁ । ତେଣୁ ପ୍ରତି ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି । 1964 ମେ' ମାସ 27 ତାରିଖରେ ଚିର ବିଦାୟ ନେଇଥିଲେ ନେହେରୁ । ହେଲେ କିମ୍ବଦନ୍ତୀ ପୁରୁଷଙ୍କ କୀର୍ତ୍ତିରାଜି, ମହାନ ତ୍ୟାଗ ଓ ସଂଗ୍ରାମ ସର୍ବଦା ଭାରତୀୟଙ୍କ ମନରେ ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.