କଟକ: କୋରୋନା ମହାମାରୀ ପ୍ରଭାବରୁ ବଞ୍ଚିବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଥିଲେ । ଲକ ଡାଉନ ନିୟମର ଆଜି ହେଉଛି ତୃତୀୟ ଦିନ । କଟକ ସହରରେ ଏହି ନିୟମକୁ କଡାକଡି ଭାବରେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
ସହରର ସମସ୍ତ ଛକ ଆଉ ଗଳିରେ ବ୍ୟାପକ ପୋଲିସ ନିୟୋଜିତ ହେବା ସହ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଫଳରେ ଗତକାଲି ଅପେକ୍ଷା ଆଜି ସହରରେ ଗହଳି କମ ଦେଖିବାକୁ ମିଳିଛି। ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...
କଟକରୁ ନାରାୟଣ ସାହୁ, ଇଟିଭି ଭାରତ