ETV Bharat / state

କୋଇଲା ଚୋରାଚାଲାଣବେଳେ ଏସଟିଏଫ ଚଢାଉ: 9 ଟ୍ରକ ଜବତ, 12 ଗିରଫ - କୋଇଲା ଚୋରାଚାଲାଣ ବେଳେ ଏସଟିଏଫ ଚଢାଉ

କଟକ ଚୌଦ୍ବାରର କୋଇଲା ଚୋରାଚାଲାଣବେଳେ ଏସଟିଏଫର ଚଢାଉ । 9ଟି ଟ୍ରକ ଜବତ କରିବା ସହ 12 ଜଣଙ୍କୁ ଗିରଫ କରିଛି ଏସଟିଏଫ । ଅଧିକ ପଢନ୍ତୁ...

cuttack choudwar stf rain hardcock smuggling
ହାର୍ଡକୋକ୍ ଚୋରାଚାଲାଣ ବେଳେ ଚୌଦ୍ବାର ଅଞ୍ଚଳରେ ଏସଟିଏଫର ଚଢାଉ,୧୨ ଅଟକ
author img

By

Published : Jan 16, 2021, 7:58 PM IST

Updated : Jan 17, 2021, 4:04 PM IST

କଟକ: କୋଇଲା ଚୋରାଚାଲାଣ ଅଭିଯୋଗ ନେଇ ଚୌଦ୍ବାର ଅଞ୍ଚଳରେ ଏସଟିଏଫର ଚଢାଉ । 9ଟି ଟ୍ରକ ଜବତ କରିବା ସହ 12 ଜଣଙ୍କୁ ଗିରଫ କରିଛି ଏସଟିଏଫ ।

କୋଇଲା ଚୋରାଚାଲାଣ ବେଳେ ଏସଟିଏଫ ଚଢାଉ, 9 ଟ୍ରକ ସହ 12 ଗିରଫ

କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ନୂଆପଟଣା କଫି ବାର ନିକଟରେ ଥିବା ବେଆଇନ କୋଇଲା ଡିପୋରେ ଏସଟିଏଫ ଚଢ଼ାଉ l ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଏହି ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଏସଟିଏଫ ଟିମ ୯ଟି ଟ୍ରକ ଜବତ କରିବା ସହିତ ଏକ ଜେସିବି ମେସିନକୁ ଜବତ କରିଛି l ୧୨ ଜଣଙ୍କୁ ଗିରଫ କରି ଡିପୋର ମାଲିକ ବିଷୟରେ ପଚରାଉଚରା କରୁଛି l

ଏସଟିଏଫର ଆଡିସନାଲ ଏସପି ତେଜରାଜ ପଟେଲଙ୍କ କହିବା ଅନୁଯାୟୀ ଏହି କୋଇଲା ବୋଝେଇ ଟ୍ରକ ଗୁଡ଼ିକ ଯାଜପୁର ରୋଡ ଭିସା, ଜିନ୍ଦଲ ଓ ଅନ୍ୟାନ୍ୟ ଷ୍ଟିଲ ପ୍ଲାଣ୍ଟରୁ ଲୋଡ଼ କରି ଛତିଶଗଡ଼,ଭାଇଜାଗ ଓ ଅନ୍ୟାନ୍ୟ ରାଜ୍ୟକୁ ଯାଇଥାଏ l ଏହି ଟ୍ରକ ଗୁଡ଼ିକ ବାଟରେ ଅଟକି କୋଇଲା ଗାଡ଼ିରୁ କାଢିଥାନ୍ତି l ଏକ ଟ୍ରିପରୁ ପ୍ରାୟ ଏକ ଟନ ଭଳି କୋଇଲା ଖାଲି କରିଥାନ୍ତି l ଏହା ପରିବର୍ତ୍ତେ ଏଥିରେ ପାଣି ମିଶାଇ ପୁନଶ୍ଚ ଟ୍ରକଟିକୁ ଲୋଡ଼ କରି ଯାଇଥାନ୍ତି l ଜବତ ହୋଇଥିବା କୋଇଲାର ଓଜନ ୨୮୦ ଟନ ହେଉଥିବା ବେଳେ ଏହାର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କହିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Jan 17, 2021, 4:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.