ETV Bharat / state

ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ଘୋଟାଲା, ବିଜେପିର କଡା ନିନ୍ଦା

author img

By

Published : Nov 5, 2019, 12:18 PM IST

ବଡମ୍ବା ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଚୟନରେ ଅନିୟମିତତା ଓ ବ୍ୟାପକ ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘୋଟାଲାରେ ବଡମ୍ବା ବିଧାୟକଙ୍କ ରାଜନୈତିକ ମନ୍ତବ୍ୟକୁ ବିଜେପିର ନିନ୍ଦା । ଏଥିସହ ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଚୟନରେ ଅନିୟମିତତା ଓ ବ୍ୟାପକ ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛି ବିଜେପି । ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଜଣାଇଲା ପରେ ବି ସରକାର କୈଣସି ପଦକ୍ଷେପ ନନେବା ଫଳରେ ବିଜେପି ଦୁଇ ଦୁଇ ଥର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପରେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ରୀୟ ଯୋଜନାର ଘୋଟାଲା, ବିଜେପିର କଡା ନିନ୍ଦା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବ୍ୟାପକ ଦୁର୍ନୀତି ହୋଇଥିବାର ସରକାର ତଦନ୍ତରୁ ଜାଣିଛନ୍ତି। ତେବେ ଏହି ଦୁର୍ନୀତି ପାଇଁ କଟକ ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ସହନିର୍ଦ୍ଦେଶକ, ବଡମ୍ବା ବିଡିଓ ଓ ବଡମ୍ବା ବ୍ଲକ ଚେୟାରମ୍ୟାନଙ୍କ ନାମରେ ବଡମ୍ବା ଥାନାରେ ଏତଲା ଦିଆଯାଇଛି । ହେଲେ ବଡମ୍ବା ବିତଧାୟକ ତଥା ଶାସକ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ତଦନ୍ତକୁ ଶୀତଳ କରିବା ଲାଗି ଯେଉଁ ଅପଚେଷ୍ଟା ଓ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି ତାହାକୁ କଡା ନିନ୍ଦା କରିଛି ବିଜେପି ।

ଏହାସହ ବଡମ୍ବା ବିଡିଓ ଓ ବ୍ଲକ ଚେୟାରମ୍ୟାନଙ୍କ ନାମରେ ଏତଲା ଦେବାର 10 ଦିନ ବିତି ଯାଇଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ଅଭିଯୁକ୍ତଙ୍କୁ ଗିରଫ ଓ ବିଡିଓଙ୍କୁ ଚାକିରୀରୁ ନିଲମ୍ବନ ଦାବି କରିଛି ବିଜେପି । ଅନ୍ୟପଟେ ଯଦି ସେମାନଙ୍କୁ ଗିରଫ କିମ୍ବା ନିଲମ୍ବନ କରାନଯାଏ ତେବେ ବଡମ୍ବା ବ୍ଲକକୁ ତାଲା ପକାଯିବା ସହିତ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେପି।

ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବଡମ୍ବା ବ୍ଲକର 4 ଜିଲ୍ଲା ପରିଷଦଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘୋଟାଲାରେ ବଡମ୍ବା ବିଧାୟକଙ୍କ ରାଜନୈତିକ ମନ୍ତବ୍ଯକୁ ବିଜେପି ନିନ୍ଦା କରିଛି। ବଡମ୍ବା ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ଯ ହିତାଧିକାରୀଙ୍କ ତାଲିକା ଚୟନରେ ଅନିୟମିତତା ଓ ବ୍ଯାପକ ଦୁର୍ନୀତି କୁ ନେଇ ସ୍ଥାନୀୟ ବିଧାୟକ ଙ୍କୁ ଟାର୍ଗେଟ କରିଛି ବିଜେପି। ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଜଣାଇଲା ପରେ ସରକାର କୈଣସି ପଦକ୍ଷେପ ନନେବା ଫଳରେ ବିଜେପି ଦୁଇ ଦୁଇ ଥର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପରେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବ୍ୟାପକ ଦୁର୍ନୀତି ହୋଇଥିବାର ସରକାର ତଦନ୍ତରୁ ଜାଣିଛନ୍ତି।ତେବେ ଏହି ଦୁର୍ନୀତି ପାଇଁ କଟକ ଜିଲ୍ଲା ଗ୍ରାମ୍ଯ ପ୍ରକଳ୍ପ ସହ ନିର୍ଦ୍ଦେଶକ ବଡମ୍ବା ବିଡିଓ ଓ ବଡମ୍ବା ବ୍ଲକ ଚେୟାରମ୍ୟାନ ଙ୍କ ନାମରେ ବଡମ୍ବା ଥାନାରେ ଏତଲା ଦିଆଯାଇଥିବା ବେଳେ ବଡମ୍ବା ବିଧାୟକ ତଥା ଶାସକ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ତଦନ୍ତକୁ ଶୀଥଳ କରିବା ଲାଗି ଯେଉଁ ଅପଚେଷ୍ଟା ଓ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି।ଏହା ସହ ବଡମ୍ବା ବିଡିଓ ଓ ବ୍ଲକ ଚେୟାରମ୍ୟାନ ଙ୍କ ନାମରେ ଏତଲା ଦେବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ବିଜେପି ଅଭିଯୁକ୍ତ ଙ୍କୁ ଗିରଫ ଓ ବିଡ଼ିଓ ଙ୍କୁ ଚାକିରୀ ରୁ ନିଲମ୍ବନ ଦାବୀ କରିଛି ବିଜେପି।ଅନ୍ୟପଟେ ଯଦି ସେମାନଙ୍କୁ ଗିରଫ କିମ୍ବା ନିଲମ୍ବନ କରାନଯାଏ ତେବେ ବଡମ୍ବା ବ୍ଲକ କୁ ତାଲା ପକାଯିବା ସହିତ ବ୍ଲକ କାର୍ଯ୍ୟାଳୟ କୁ ଅଚଳ କରି ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଚେତାବନୀ ଦେଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କାର୍ଯ୍ଯକାରିଣୀ ସଦସ୍ଯ ବିଜୟ ଦଳ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବଡମ୍ବା ବ୍ଲକର ୪ ଜିଲ୍ଲା ପରିଷଦଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ।

ବାଇଟ-ବିଜୟ ଦଳ ବେହେରା (ବିଜେପି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ)Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.