ETV Bharat / state

ମୋ ବସ୍‌କୁ ନେଇ ଅସନ୍ତୁଷ୍ଟ ଘରୋଇ ବସ ମାଲିକ ସଂଘ, କହିଲେ ଗ୍ରାମଞ୍ଚଳରେ ଗଡ଼ିଲେ...

author img

By

Published : Jul 5, 2023, 11:04 AM IST

କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ ଏବେ ସହର ଛାଡି ଗ୍ରାମାଞ୍ଚଳରୁ ମୋ ବସ୍ ଚଳାଚଳ ଆରମ୍ଭ କରିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅଧିକ ପଢନ୍ତୁ

mo bus travel in rural areas
ଗ୍ରାମଞ୍ଚଳରେ ମୋ ବସ ଗଡ଼ିବାକୁ ନେଇ ଆସନ୍ତୋଷ
ଗ୍ରାମଞ୍ଚଳରେ ମୋ ବସ ଗଡ଼ିବାକୁ ନେଇ ଆସନ୍ତୋଷ

କଟକ: ମୋ ବସ ଚଳାଚଳକୁ ନେଇ ଆପତ୍ତି ଉଠାଇଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍‌ ଏବେ ସହର ଛାଡି ଗ୍ରାମାଞ୍ଚଳରୁ ମୋ ବସ୍ ଚଳାଚଳ ଆରମ୍ଭ କରିଛି । ଏଭଳି ଅବସ୍ଥାରେ ବେସରକାରୀ ଵସ୍ ମାଲିକମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । କ୍ରୁଟର ଏଭଳି ମନମୁଖି କାମ ପାଇଁ ମୋ ବସ୍ ସେବା କ୍ଷତି ସହିଵା ସହ ବେସରକାରୀ ଵସ୍ ମାଲିକମାନେ ମଧ୍ୟ କ୍ଷତି ସହିଵେ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି ।

ଏହା ବି ପଢନ୍ତୁ...ବସ୍ ଚଳାଚଳକୁ ସବୁଜ ସଙ୍କେତ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,"ଯଦି କ୍ରୁଟ ପକ୍ଷରୁ ଏଭଳି ମନମୁଖି ଭାବେ ଗ୍ରାମାଞ୍ଚଳରୁ ମୋ ବସ୍ ଚଲାଯାଏ ତେବେ ଘରୋଇ ବସ୍ ମାଲିକମାନେ ରାଜ୍ୟ ସାରା ବସ୍ ଚଳାଚଳ ଵନ୍ଦ କରିବେ । ରାଜ୍ୟରେ ମୋ ବସ ଗଡ଼ିବା ଦିଗରେ ଘରୋଇ ବସ ମାଲିକ ସଂଘର କୌଣସି ଆପତ୍ତି ନଥିଲା କିନ୍ତୁ ବର୍ତ୍ତମାନ ସହର ଛଡା ଗାଁରେ ମୋ ବସ ଗଡ଼ିବା ଆରମ୍ଭ ହୋଇଛି । ଘରୋଇ ବସ ମାଲିକ ସଂଘ ସହ କୌଣସି ବୈଠକ ନକରି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ଯାହା ଗ୍ରହଣୀୟ ନୁହେଁ ।"

2018 ମସିହାରେ 'ମୋ ବସ' ସେବା ଆରମ୍ଭ ହୋଇଥିଲା । ଏବେ ପାଖାପାଖି 500 ମୋ ବସ ବିଭିନ୍ନ ରୁଟରେ ଗଡୁଛି । ଏଠି ପ୍ରଶ୍ନ ଉଠୁଛି ବିନା ଅନୁମତିରେ ବିନା ଟିକସରେ କେମିତି ଗ୍ରାମଞ୍ଚଳରେ 'ମୋ ବସ୍‌' ଗଡିବ । ଯେହେତୁ ରାଜ୍ୟ ଘରୋଇ ବସ ସଙ୍ଘ ଏହି ତମାମ ନିୟମରେ ଅନ୍ତର୍ଭୁକ୍ତ ଅଛି ତେଣୁ ଆମ ବସ ଚାଲିବାରେ କୌଣସି ସନ୍ଦେହ ନାହିଁ । କିନ୍ତୁ ମୋ ବସ କେମିତି ଚାଲିବ ବୋଲି ପ୍ରଶ୍ନ କରିଛି ଘରୋଇ ବସ ମାଲିକ ସଂଘ ।

ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଆହୁରି କହିଛନ୍ତି, "ଘରୋଇ ବସ ସଂଘ ଯେଉଁ ଟିକସ ଦେଉଛି ସେହି ଟଙ୍କାରେ ମୋ ବସ ଗ୍ରାମଞ୍ଚଳରେ ଚଲାଇବା ପାଇଁ ସରକାର ଯୋଜନା କରିଛନ୍ତି । ତେବେ ଆଗମୀ 20 ତାରିଖ ମଧ୍ୟରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସେଠାରେ ଆଗମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗ୍ରାମଞ୍ଚଳରେ ଏକାସାଙ୍ଗରେ ଦୁଇଟି ଗାଡି ଗଡ଼ିଲେ ଦୁର୍ଘଟଣା ହେବାର ସମ୍ବାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଏସବୁ ଅସୁବିଧା ସତ୍ତ୍ୱେ ସରକାର ତରବରିଆ ଭାବରେ ଏପରି ଯୋଜନା କରୁଛନ୍ତି। ଯଦି ଏହି ଦିଗରେ ସରକାର ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟ ଘରୋଇ ବସ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ସେଥିପାଇଁ ସରକାର ଦାୟୀ ରହିବେ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.