କଟକ: ଛାତ୍ରଛାତ୍ରୀଙ୍କୁ ଆଇନ ବିଷୟରେ ସଚେତନ କରିବ ରାଜ୍ୟ ଆଇନସେବା ପ୍ରାଧିକରଣ । ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ବିଷୟରେ ସଚେତନ କରାଯିବ । ଗତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ପ୍ରତି ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ନେଇ ଆସନ୍ତାକାଲି ପୁନର୍ବାର ଏକ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ବିଷୟରେ ସଚେତନା କରାଯିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆଇନ ସେବା ପ୍ରାଧିକରଣର ପ୍ରମୁଖ ସଚିବ ଦେବାଶିଷ ନାୟକ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ