ETV Bharat / state

ବଦଳିବ କଟକ ପୁରୁଣା ଜେଲର ରୂପରେଖ

ଆଗାମୀ ଦିନରେ ପୁରୁଣା ଜେଲକୁ ଐତିହାସିକ କୀର୍ତ୍ତିରାଜିରେ ପରିବର୍ତ୍ତନ କରିବା ପାଇଁ ଯୋଜନା ରଖାଯାଇଛି ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ବଦଳିବ କଟକ ପୁରୁଣା ଜେଲର ରୂପରେଖ
ବଦଳିବ କଟକ ପୁରୁଣା ଜେଲର ରୂପରେଖ
author img

By

Published : Mar 29, 2021, 7:48 AM IST

କଟକ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ 100ବର୍ଷ ପୂରଣ ହୋଇଛି । ଏହି ଶତବାର୍ଷିକୀ ଅବସରରେ କଟକର ପୁରୁଣା ଜେଲ ପଡିଆରେ ଚାଲିଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଆଗାମୀ ଦିନରେ ପୁରୁଣା ଜେଲକୁ ଐତିହାସିକ କୀର୍ତ୍ତିରାଜିରେ ପରିବର୍ତ୍ତନ କରିବାପାଇଁ ଯୋଜନା ରଖାଯାଉଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ବଦଳିବ କଟକ ପୁରୁଣା ଜେଲର ରୂପରେଖ

1921 ମସିହା ମାର୍ଚ୍ଚ 23 ତାରିଖରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ବାପୁ । ବାପୁଜୀଙ୍କ ଓଡିଶା ଗସ୍ତକୁ 100 ବର୍ଷ ପୂରଣ ହୋଇଛି । ତାଙ୍କର ଏହି ଓଡିଶା ଗସ୍ତକୁ 100 ବର୍ଷ ପୂର୍ତ୍ତି ଅବସରରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କଟକର ପୁରୁଣା ଜେଲ ପଡ଼ିଆରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ଫୋଟୋ ଚିତ୍ର ସ୍ଥାନିତ ହୋଇଛି । ଏହି ପ୍ରର୍ଦଶନୀକୁ ବୁଲି ଦେଖିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କର୍ତ୍ତାଙ୍କୁ ସାଧୁବାଦ ଦେଇଛନ୍ତି । ପୁରଣା ଜେଲ ରାଜ୍ୟ ସରକାରଙ୍କ ଐତିହ୍ୟ ସମ୍ପତ୍ତି । ଆଗାମି ଦିନରେ ଐତିହାସିକ କୀର୍ତ୍ତିରାଜିରେ ପରିବର୍ତ୍ତନ କରିବାପାଇଁ ଯୋଜନା ରଖା ଯାଇଛି ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ । ପରେ ଏକ ସଭାରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବାରବାଟି କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ଓ ବହୁ ଗାନ୍ଧିବାଦୀ ଯୋଗ ଦେଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.