ETV Bharat / state

ହାତୀ ମୃତ୍ୟୁ ରୋକିବ ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲ ଆକ୍ସନ ପ୍ଲାନ, ୩ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ନିର୍ଦ୍ଦେଶ

author img

By

Published : Jan 18, 2023, 12:35 PM IST

Updated : Jan 18, 2023, 4:38 PM IST

ଓଡିଶାରେ ହାତୀ ମୃତ୍ୟୁ ରୋକିବ ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲର ଆକ୍ସନ ପ୍ଲାନ । ୩ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଓଡିଶାରେ ହାତୀ ମୃତ୍ୟୁ
ଓଡିଶାରେ ହାତୀ ମୃତ୍ୟୁ
Action Plan to be implemented in Odisha

କଟକ: ହାଇକୋର୍ଟରେ ଆଜି ହାତୀ ମୃତ୍ୟୁ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଏହି ଆକ୍ସନ ପ୍ଲାନ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ଏହାକୁ ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି ଅନୁମତି ପ୍ରଦାନ କରିଛି । ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ହାତୀ ମୃତ୍ୟୁ ମାମଲାକୁ ଅତିଗୁରୁତ୍ବ ସହକାରେ ନେଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ମାମଲାରେ ହୋଇଥିବା ଶୁଣାଣି ନେଇ CCF ମନୋଜ ନାୟାରଙ୍କ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରାଯାଇଛି । 14ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ଜନ ସୁରକ୍ଷା ଗଜରକ୍ଷା ଯୋଜନା ଅଧୀନରେ 1177ଟି ଗ୍ରାମ ପାଇଁ 5457 ଗଜସାଥି ରହିଛନ୍ତି । ଲୋକ ଓ ହାତୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ଯୋଜନା ଲାଗୁ କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ଏହାବ୍ୟତୀତ ବିଦ୍ୟୁତ୍ ଜନିତ ମୃତ୍ୟୁ ରୋକିବା ପାଇଁ 2354 କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି । ଏହାଛଡା 19ଟି ଡିଭିଜନର 32ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢେଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ବର୍ତ୍ତମାନ ଯାଏଁ 34ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ 26ଟିର ପୁନରୁଦ୍ଧାର କରାଯାଇଛି । ଏହାସହ 41ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ 1 ଲକ୍ଷ ବାଉଁଶ ଚାରାରୋପଣ କରାଯାଇଛି ବୋଲି ସତ୍ୟପାଠ ଉଲ୍ଲେଖ କରିଛନ୍ତି CCF ।

ପୂର୍ବ ଶୁଣାଣି ସମୟରେ, ପିସିସିଏଫ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । କାହିଁକି ହାତୀ ମୃତ୍ୟୁ ରୋକାଯାଇପାରୁ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହ ଗତ ୭ ତାରିଖରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀମାନେ ହାତୀକୁ ମାରି ପୋଡିଛନ୍ତି । ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ବନ କର୍ମଚାରୀ ସାମିଲ ଅଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଏଫଆଇଆର ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ସେହିପରି ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବାରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର କମୁନାହିଁ ହାତୀ ମୃତ୍ୟୁ । ହାତୀ ମୃତ୍ୟୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି ? କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ? ଏବଂ ଗିରଫ ପରେ ମାମଲାର କ'ଣ ଅଗ୍ରଗତି କରାଯାଇଛି, ସେନେଇ କୋର୍ଟ ଜାଣିବାକୁ ଚାହିଁଥିଲେ ।

ରାଜ୍ୟ ସରକାର ଗଠନ କରିଥିବା JTF(ଜଏଣ୍ଟ ଟାକ୍ସଫୋର୍ସ) ର ଅତିରିକ୍ତ ଏସ୍ପିଙ୍କୁ ସତ୍ୟପାଠ ଦେବାକୁ କୋର୍ଟ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ପୂର୍ବରୁ ଅସନ୍ତୋଷବ୍ୟକ୍ତ ମଧ୍ୟ କରିଥିଲେ । ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରିନଥିଲେ । ଏଥିସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିଲା ।

ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ । ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ । ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି କୋର୍ଟ କହିଥିଲେ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ା କଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଥିଲା ।

ଇଟିଭି ଭାରତ, କଟକ

Last Updated : Jan 18, 2023, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.