ETV Bharat / state

ଆସନ୍ତା ୮ରୁ ଐତିହାସିକ ବାଲିଯାତ୍ରା, ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ - ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ

ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ (cuttack baliyatra)। ଦର୍ଶକମାନଙ୍କ ଆକର୍ଷଣ ପାଇଁ ଏଥର ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ। ନଦୀ କୂଳରେ ଏହାର ବ୍ୟବସ୍ଥା କରାଯାଉଛି । ଅଧିକ ପଢନ୍ତୁ

ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା , ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ

author img

By

Published : Nov 1, 2022, 8:37 PM IST

କଟକ: ଆଉ ଦିନ କେଇଟା ପରେ ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି । ଚଳିତ ବର୍ଷ କଟକରେ ବେଶ ଧୁମଧାମରେ ପାଳନ ହେବ ବାଲିଯାତ୍ରା (Cuttack baliyatra)। ଦୁଇ ବର୍ଷର ବ୍ୟବଧାନ ପରେ ଏଥର ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାକୁ ବେଶ ଆକର୍ଷଣୀୟ କରିବାକୁ ଲାଗି ପଡିଛନ୍ତି ଜିଲ୍ଲା ପ୍ରଶାସନ ।

ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା , ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ

ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି କଟକ ସହର । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାର ମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ଏଥିଲାଗି ସଜେଇ ହେଲାଣି ଜିଲ୍ଲା ପ୍ରଶାସନ । ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିସହ ଦର୍ଶକ ମାନଙ୍କ ଆକର୍ଷଣ ପାଇଁ ଏଥର ମହାନଦୀରେ ଝଲସିବ ରଙ୍ଗୀନ ଲେଜର ଲାଇଟ।

ତେବେ ଏହି ଲାଇଟ ମାଧ୍ୟମରେ ବିଭିନ୍ନ ପ୍ରକାର ଦୃଶ୍ୟ, କ୍ଷୁଦ୍ର ଚଳଚ୍ଚିତ୍ର ଓ ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ। ନଦୀ କୂଳରେ ଏହାର ବ୍ୟବସ୍ଥା କରାଯାଉଛି। କେବଳ ସେତିକି ନୁହେଁ ନଦୀ ର ମଜା ବି ନେଇପାରିବେ ଦର୍ଶକ। ଏଥର ୱାଟର ସ୍ପୋର୍ଟସ ଆକ୍ଟିଭିଟି ଉପରେ ଅଧିକ ଫୋକସ କରାଯାଉଛି। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦ ଟି ଆଇଟମ ର ବ୍ୟବସ୍ଥା କରାଯାଉଛି। ବୋଟିଂ, ସ୍କୁବା ଡ୍ରାଇଭିଂ, ପେଡାଲ ଡ୍ରାଇଭିଂ, ପାୱାର ବୋଟ, ବାନାନା ବୋଟ, କାଏକିଂ ଭଳି ବ୍ୟବସ୍ଥା କରାଯାଇଛି। ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତ ।

ଏହା ମଧ୍ୟ ପଢନ୍ତୁ- ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା,ଏବେଠୁ ଜମିଲାଣି ବ୍ୟବସାୟୀଙ୍କ ଭିଡ

ଏହାକୁ ନେଇ ଜଳସମ୍ପଦ ଟ୍ରଷ୍ଟର ସଦସ୍ୟ ସଞ୍ଜୟ କର କହିଛନ୍ତି, "ଏଠାରେ ୱାଟର ସ୍ପୋର୍ଟସ ଆକ୍ଟିଭିଟିସ କରିବା ପାଇଁ ଚେଷ୍ଟା କରୁଛୁ। କେଉଁ ଯାଗାରେ ଜେଟି ଲଗାଇଲେ ୱାଟର ସ୍ପୋର୍ଟସ ଏହି ବାଲିଯାତ୍ରାରେ ସୂଚାରୁ ରୂପେ ପରିଚାଳନା କରି ହେବ । ସେନେଇ ଦେଖିବା ପାଇଁ ଆସିଥିଲୁ। ଆମେ ଏଥର ବାଲିଯାତ୍ରାରେ 10ଟି ଆଇଟମ ଆଣୁଛୁ। 2019 ମସିହାରେ ମଧ୍ୟ ଏହି ୱାଟର ସ୍ପୋର୍ଟସ ହୋଇଥିଲା ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.