ETV Bharat / state

ବିଧାୟକ ବିଜୟ ଦାସଙ୍କ ବିବାହ ପ୍ରସଙ୍ଗ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା

author img

By ETV Bharat Odisha Team

Published : Oct 17, 2023, 10:09 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲା । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ବାନ୍ଧବୀ ସୋମାଲିକା । ଅଧିକ ପଢନ୍ତୁ

Somalika Dash
Somalika Dash

କଟକ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୋମାଲିକା । ଗତ ମାସ ୨୧ ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଏନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ ମଧ୍ୟ କରିଥିଲେ ସୋମାଲିକା । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବି ବୋଲି ସେ କହିଛନ୍ତି ।

ତିର୍ତ୍ତୋଲ ବିଧାୟକ କଟକ ସବରେଜିଷ୍ଟ୍ରାର ଅଫିସରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଥିବା ବେଳେ ଏଥିରେ ଅବଜେକ୍ସନ ଫାଇଲ କରିଛନ୍ତି ସୋମାଲିକା । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି । ଗତ ୮ ମାସ ତଳେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରିଛନ୍ତି, ସେଥିରେ ଅବଜେକ୍ସନ କରିଛନ୍ତି ସୋମାଲିକା । ଜଣେ ସ୍ବେଚ୍ଛାସେବୀଙ୍କ ସହ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଆକାରରେ ଅବଜେକ୍ସନ କରିଛନ୍ତି । ସେହିପରି ବୟସରେ ବି ଜାଲିଆତି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ସୋମାଲିକା ।

ଏହା ବି ପଢନ୍ତୁ- ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ସବରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କଲେ ସୋମାଲିକା

କାହିଁକି ଅବଜେକ୍ସନ କଲେ ସୋମାଲିକା ? ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ପ୍ରତ୍ୟୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆବେଦନର ୧ ମାସ ପରେ ଉଭୟ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ । ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ତେବେ ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା ।

ଏହା ବି ପଢନ୍ତୁ- Tirtol MLA-Somalika Controversy: ମୁଖ୍ୟମନ୍ତ୍ରୀଙ୍କୁ ସୋମାଲିକାଙ୍କ ପ୍ରଶ୍ନ, ମୁଁ କଣ ମହିଳା ନୁହେଁ ?

ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ପୁଣି ବିବାହ ପାଇଁ ଆବେଦନ ବିଜୟ ଶଙ୍କରଙ୍କ ପାଇଁ ଆଗକୁ ଅଡ଼ୁଆ ସୃଷ୍ଟି କରିବ କି ନାହିଁ ତାହା ସମୟ ସାପେକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.