ETV Bharat / state

ଆରଟିଓରେ ଆରମ୍ଭ ହେବ 'ସ୍ମାର୍ଟ୍ କିୟୁ' ବ୍ୟବସ୍ଥା

author img

By

Published : Feb 2, 2021, 8:05 PM IST

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯାଉଛି । ଅଧିକ ପଢନ୍ତୁ...

Smart queue system will start in RTO Office
ଆରଟିଓରେ ଆରମ୍ଭ ହେବ ସ୍ମାର୍ଟ୍ କିୟୁର ବ୍ୟବସ୍ଥା

କଟକ: ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଉ ଦୀର୍ଘ ସମୟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଏଣିକି କାର୍ଯ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ୍ କିୟୁର ବ୍ୟବସ୍ଥା । ଆବେଦନକାରୀମାନେ led ମାଧ୍ୟମରେ ସମସ୍ତ ତଥ୍ୟ ଦେଖିପାରିବେ ।

ଆରଟିଓରେ ଆରମ୍ଭ ହେବ 'ସ୍ମାର୍ଟ୍ କିୟୁ' ବ୍ୟବସ୍ଥା

ଗାଡିର ଆରସି ରିନୁଆଲ ଓ ଓନରସିପ ଟ୍ରାନ୍ସଫର ଏବେ ଅନଲାଇନ ମାଧ୍ୟମରେ ରାଜ୍ୟର ଯେକୌଣସି ଆରଟିଓ କାର୍ଯ୍ୟାଳୟରେ ହୋଇପାରିବ। ଏହି ସୁବିଧା ପାଇବାକୁ ହେଲେ ଜନସାଧାରଣ parivahan. gov. in ସାଇଟରେ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ ସହ ଗାଡିର ସବିଶେଷ ତଥ୍ୟ ଦେବାକୁ ପଡିବ । ଗାଡି ମାଲିକମାନଙ୍କର କିଛି ତ୍ରୁଟି ରହିଲେ ଜନସାଧାରଣ ଇମେଲ ମାଧ୍ୟମରେ ଅଭିଯୋଗ କରିପାରିବେ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି ।

ଏହାସହ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ବିଳମ୍ବ ପାଇଁ ମୋଟା ଅଙ୍କର ଫାଇନ ଦେବାକୁ ପଡିବନି । ପରିବହନ ବିଭାଗ ପକ୍ଷରୁ ପୂର୍ବରୁ ଫାଇନ ଫି ବିଳମ୍ବ ପାଇଁ 1000 ଟଙ୍କା ଫାଇନ ପଡ଼ୁଥିଲା । ପୂର୍ବରୁ ଏହି ବ୍ୟବସ୍ଥାକୁ ଲାଗୁ କରାଯାଉଥିବା ବେଳେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖିଛି ପରିବହନ ବିଭାଗ ।

ତେବେ ଏହି ବ୍ୟବସ୍ଥା ଆରମ୍ଭ ହେବା ଦ୍ବାରା ଆରଟିଓ କାର୍ଯ୍ୟାଳୟରେ ଭିଡ଼ ମଧ୍ୟ ଆୟତ ହେବ ଓ ଲୋକମାନେ ମଧ୍ୟ ଅଯଥା ସମୟ ନଷ୍ଟ କରିବେ ନାହିଁ । ତେଣୁ ଏହି ସ୍ମାର୍ଟ କ୍ୟୁର ବ୍ୟବସ୍ଥା ରାଜ୍ୟରେ ପ୍ରଥମେ 8ଟି ଆରଟିଓରେ ଉପଲବ୍ଧ ହେବ । ଏହାପରେ ସବୁ ଆରଟିଓରେ ମଧ୍ୟ ଧୀରେ ଧୀରେ ଏହା କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.