ETV Bharat / state

'ଜାଗା ମିଶନ' ନେଇ CMCକୁ ଟାର୍ଗେଟ୍, ଜମି ପଟ୍ଟା ବଣ୍ଟନରେ ସତ୍ୟାସତ୍ୟ ନଥିବା ଅଭିଯୋଗ - ଜମି ବଣ୍ଟନରେ ଟାଳଟୁଳ ନୀତି

'ଜାଗା ମିଶନ'ରେ ଜମି ପଟ୍ଟା ବାଣ୍ଟିବାରେ କୌଣସି ସତ୍ୟାସତ୍ୟ ନଥିବା ଅଭିଯୋଗ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଦାବି ପୂରଣ ନହେଲେ CMC ଅଫିସ ଘେରାଉ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢ଼ନ୍ତୁ

slum dwellers association slams cmc
ସିଏମସିକୁ ବସ୍ତିବାସିନ୍ଦାଙ୍କ ଟାର୍ଗେଟ୍
author img

By ETV Bharat Odisha Team

Published : Sep 7, 2023, 4:54 PM IST

ସିଏମସିକୁ ବସ୍ତିବାସିନ୍ଦାଙ୍କ ଟାର୍ଗେଟ୍

କଟକ: 'ଜାଗା ମିଶନ'ରେ ଜମି ପଟ୍ଟା ବାଣ୍ଟିବା ପ୍ରସଙ୍ଗକୁ ନେଇ ପୁଣି ଦେଖାଦେଇଛି ବିବାଦ । ବସ୍ତି ବାସିନ୍ଦାଙ୍କ ନ୍ୟାୟ ପାଇଁ CMCକୁ ଟାର୍ଗେଟ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଜମି ବଣ୍ଟନରେ ଟାଳଟୁଳ ନୀତି ଅବଲମ୍ବନର ଅଭିଯୋଗ କରି ମଞ୍ଚ ଆବାହକ ଖଗେଶ୍ୱର ସେଠୀ କହିଛନ୍ତି,"ବସ୍ତି ବାସିନ୍ଦାଙ୍କ ପାଇଁ ବିମୁଖ ସରକାର । ଜାଗା ମିଶନରେ ଜମି ପଟ୍ଟା ବାଣ୍ଟିବାରେ କୌଣସି ସତ୍ୟାସତ୍ୟ ନାହିଁ । ବର୍ତ୍ତମାନ ସମୟରେ CMC ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା କେବଳ ଏକ ଭେଳିକି ସଦୃଶ । ନିର୍ବାଚନ ଆସିଲେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ତାଙ୍କର ମିଥ୍ଯା ପ୍ରଚାରର ପେଡ଼ି ଖୋଲିଥାନ୍ତି ।"

"ଠିକ୍ ସେହିପରି କଟକ ମହାନଗର ନିଗମ ବସ୍ତି ଗୁଡ଼ିକୁ 'ବିଜୁ ଆଦର୍ଶ କଲୋନୀ' ନାଁରେ ନାମକରଣ କରିବା, ସେମାନଙ୍କୁ ଜମି ପଟ୍ଟା ଦେବା ଓ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଥିବା କହିଥିଲେ ରାଜ୍ୟ ସରକାର । ଏହି ବିଷୟ ପାଇଁ ଗତ ୨୮ ଅଗଷ୍ଟରେ କଳିଙ୍ଗ ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା କ୍ଷେତ୍ରରେ ଭଲ କାମ କରିଥିବାରୁ CMCକୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ବାରା ଏହି ପ୍ରକାର ମିଥ୍ଯା ଓ କପୋଳକଳ୍ପିତ ପ୍ରଚାରକୁ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଉଛି ।" ଏହା କହିଛନ୍ତି ବସ୍ତି ବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ।

ସେ ଆହୁରି ମଧ୍ୟ କହିଛନ୍ତି, "ଏହାର ବାସ୍ତବ ଚିତ୍ର କ'ଣ ବସ୍ତିରେ ରହୁଥିବା ଲୋକେ ଜାଣନ୍ତି ଓ ସହରର ଅନେକ ଜନସାଧାରଣ ମଧ୍ଯ ଜାଣନ୍ତି । ରାଜ୍ୟ ସରକାର ଓ CMC ଆଗାମୀ ରାଜ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଭୋଟ ସର୍ବସ୍ବ ପ୍ରଚାର କରିବା ଘୋର ନିନ୍ଦନୀୟ ବିଷୟ । ଏହି ପ୍ରକାର ମିଥ୍ୟା ପ୍ରଚାରର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ସରକାର ଓ CMC ଏହି ପ୍ରକାର ପ୍ରବଞ୍ଚନା ପୂର୍ଣ୍ଣ ପ୍ରଚାରରୁ କ୍ଷାନ୍ତ ରହି ବସ୍ତି ବାସିନ୍ଦାମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ପୂରଣ ଦିଗରେ କାମ କରିବା ଜରୁରୀ ।"

ତେବେ ବର୍ତ୍ତମାନ ସ୍ଥିତିରେ ଉଛେଦ ହୋଇ ବାଲିସାହି ଓ ଜଗତପୁର ଯାଇଥିବା ବସ୍ତି ବାସିନ୍ଦାମାନଙ୍କୁ ପଟ୍ଟା ମିଳିନାହିଁ । ଏହାସହ ଅନ୍ଯାନ୍ଯ ଜାଗାରେ ପୂର୍ବରୁ ଅବସ୍ଥିତ ବସ୍ତିଗୁଡିକରେ ନିର୍ବାଚନ ପୂର୍ବରୁ ଅବିଳମ୍ବେ ସମସ୍ତ ବସ୍ତି ବାସିନ୍ଦାମାନଙ୍କୁ ପଟ୍ଟା ଦେବା ଆଉ ପଟ୍ଟା ଦେଲା ପରେ ବାସଗୃହ ନିର୍ମାଣ ପାଇଁ ଆବଶ୍ଯକୀୟ ସହାୟତା ପ୍ରଦାନ କରିବା, ବେଆଇନ ଭାବେ ଉଚ୍ଛେଦ କରିଥିବା ବସ୍ତିଗୁଡିକରେ ଆବଶ୍ଯକ ଭିତ୍ତିଭୂମି ଯୋଗାଇ ଦେବା ଦାବି କରିଛି ମଞ୍ଚ ।

ଏହା ବି ପଢନ୍ତୁ...ଜାଗା ମିଶନ ପ୍ରମାଣ ପତ୍ର ନେଇ ବଢୁଛି ଅଭିଯୋଗର ଫର୍ଦ୍ଦ, ସ୍ପଷ୍ଟୀକରଣ ରଖିଲା ବିଏମସି

ସେହିପରି ବାଲିସାହି ଓ ଜଗତପୁରକୁ ବିସ୍ଥାପିତ ହୋଇଥିବା ବସ୍ତିଗୁଡିକରେ ମୌଳିକ ଆବଶ୍ଯକ ଅନୁଯାୟୀ ପାଇଖାନା, ସୌଭାଗ୍ୟ ଯୋଜନାରେ ବିଜୁଳି, ବନ୍ୟା ପ୍ରତିକାର ବ୍ୟବସ୍ଥା, କର୍ମ ସ୍ଥଳକୁ ମୋ ବସ୍ ଯୋଗାଇବା ଏବଂ ସର୍ବୋପରି ସେହି ସ୍ଥାନରେ କଣ୍ଟ୍ରୋଲ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏହାସହ ଯେଉଁ ବସ୍ତିଗୁଡ଼ିକ ମହାନଗର ନିଗମ ତାଲିକାଭୁକ୍ତ ହୋଇନାହିଁ ସେହି ବସ୍ତିଗୁଡ଼ିକୁ CMC ତାଲିକା ଭୁକ୍ତ କରି ଜାଗା ମିଶନରେ ସାମିଲ କରିବାକୁ ଦାବି କରିଛି ମଞ୍ଚ । ଯଦି ଏହା ବାସ୍ତବରେ ପରିଣତ ନହୁଏ ତେବେ ଆଗାମୀ ଦିନରେ କଟକ ମହାନଗର ନିଗମ ଘେରାଉ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.