ETV Bharat / state

ଅର୍ଚ୍ଚନା ନାଗର 10 କୋଟି ଟଙ୍କାର ସମ୍ପତ୍ତି ଠାବ, SIT ବୈଠକରେ ତଥ୍ୟ ରଖିଲା ED

author img

By

Published : Nov 13, 2022, 7:54 PM IST

ଦିଲ୍ଲୀରେ ଶେଷ ହେଲା ଏସଆଇଟି ବୈଠକ । ବୈଠକରେ ଉଠିଲା ଅର୍ଚ୍ଚନା ନାଗ କଳାଧନ ପ୍ରସଙ୍ଗ । ତଥ୍ୟ ରଖିଲା ଇଡି । ଅଧିକ ପଢନ୍ତୁ

SIT ବୈଠକରେ ତଥ୍ୟ ରଖିଲା ଇଡି
SIT ବୈଠକରେ ତଥ୍ୟ ରଖିଲା ଇଡି

ନୂଆଦିଲ୍ଲୀ/କଟକ: ଶେଷ ହେଲା ଦିଲ୍ଲୀରେ ବସିଥିବା କଳା ଧନ ସମ୍ପର୍କିତ ଏସଆଇଟି(SIT) ବୈଠକ । ବୈଠକରେ ଉଠିଲା ଅର୍ଚ୍ଚନା ନାଗ କଳାଧନ ପ୍ରସଙ୍ଗ । ଏଥି ସହ ବାଲେଶ୍ବରରୁ ଧରାପଡିଥିବା ବ୍ରାଉନସୁଗାର ମାଫିଆ ଆୟୁବ ଖାନଙ୍କ ଉପରେ ମଧ୍ୟ ତଥ୍ୟ ଉପସ୍ଥାପନା କରାଯାଇଛି ।

ଅର୍ଚ୍ଚନା ନାଗ ସମ୍ପର୍କରେ ଏସଆଇଟିରେ ତଥ୍ୟ ରଖିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ପାଖରୁ 10 କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏସଆଇଟି ବୈଠକରେ ଏହି ତଥ୍ୟ ଉପସ୍ଥାପନା କରିଥିଲା ଇଡି । ସେହିପରି ବାଲେଶ୍ୱରରୁ ଧରା ପଡ଼ିଥିବା ବ୍ରାଉନ ସୁଗାର ନେଇ ନାର୍କୋଟିକ ବିଭାଗ ଏସଆଇଟି ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲା । ଗିରଫ ଆୟୁବ ଖାନ ବାବଦରେ ଚଞ୍ଚଲ୍ୟକର ତଥ୍ୟ ଉପସ୍ଥାପିତ କରାଯାଇଥିଲା । ଆୟୁବ ଖାନ ଜଣେ ଅନ୍ତର୍ଜାତୀୟ ବ୍ରାଉନ ସୁଗାର ବ୍ୟବସାୟୀ । 100 କୋଟି ଟଙ୍କାର ବ୍ରାଉନ ସୁଗାର କାରବାର କରିଛି ଆୟୁବ ।

ଦେଶରେ କଳାଧନର କାରବାର ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିଲା ଏସଆଇଟି । ଆଜି ଦିଲ୍ଲୀରେ ବସିଥିଲା ଏସଆଇଟି ବୈଠକ । SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନାର୍କୋଟିକ, ଆୟକର, କଷ୍ଟମ, ଡାରେକ୍ଟ ଟାକ୍ସ ଭଳି ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Padmapur BY Poll: ୧୭ରେ ନାମାଙ୍କନ ଭରିବ କଂଗ୍ରେସ, ସୂଚନା ଦେଲେ ବିଧାୟକ ସୁର

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଅର୍ଥ କାରବାର ନେଇ ତଦନ୍ତ ଜାରି ରଖିଛି ଇଡି । ଗତ ୧୦ ତାରିଖରେ ଏନେଇ ଇଡି ଅର୍ଚ୍ଚନାଙ୍କ ଘର ସମେତ ୮ଟି ସ୍ଥାନରେ ରେଡ଼ କରିଥିଲା । ଇଡି ହାତରେ ଧୀରେ ଧୀରେ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ସୁରାକ ଲାଗିଥିଲା । ତଦନ୍ତ ସମୟରେ ଅର୍ଥକାରବାର ନେଇ ତଥ୍ୟ ପାଇଥିବା ଇଡି ତାହା ଆଜି ଏସଆଇଟି ବୈଠକରେ ଉପସ୍ଥାପନା କରିଥିଲା । ଅର୍ଚ୍ଚନା ପାଖରୁ 10 କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବୈଠକରେ କୁହାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.