କଟକ: ଆରପାରିରେ ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥ । ଜୀବନ ସାରା ସଙ୍ଗୀତ ସହ ଜଡିତ ରହି ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ସେ । ଦୀର୍ଘ ଦିନ ଧରି ଶଯ୍ୟାସାୟୀ ରହିବା ପରେ ରବିବାର ଆଖି ବୁଝିଛନ୍ତି ବାସୁଦେବ । ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା ।
ଶାରୀରିକ ଅସୁସ୍ଥତା ହେତୁ କଟକର ଏକ ଘରୋଇ ମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ବାସୁଦେବ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଲିଓଡ଼ ଦୁନିଆରେ ଖେଳିଯାଇଛି ଶୋକର ଛାୟା ।
ଦୀର୍ଘଦିନ ଧରି ଓଡ଼ିଆ ଫିଲ୍ମରେ ବେଶ ଚର୍ଚ୍ଚିତ ସଙ୍ଗୀତ ପ୍ରଦାନ କରି ଆସୁଥିବା ବାସୁଦେବ ଏବେ ଆଉ ଏକ ନୂଆ ଦୁନିଆରେ । ତାଙ୍କ ସମସ୍ତ ଗୀତ ମଧ୍ୟରୁ 'ଝୁମକା ଟିକେ ତୁ ତ ହଲେଇ ଦେ' ଗୀତ ବେଶ ଲୋକପ୍ରିୟ ହୋଇଥିଲା । ସେହି ଗୀତ ଏବେ ବି ଓଡିଶାର ପୁରପଲିରେ ଗୁଞ୍ଜରିତ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ