ETV Bharat / state

ଶିମିଳିପାଳ ହାତୀ ମୃତ୍ୟୁ ମାମଲା: ବନ କର୍ମଚାରୀ ହାତୀକୁ ମାରି ପୋଡି ଦେଇଥିବା ମାନିଲେ PCCF

author img

By

Published : Dec 13, 2022, 12:18 PM IST

ହାଇକୋର୍ଟରେ ଶିମିଳିପାଳ ହାତୀ ମୃତ୍ୟୁ ମାମଲା। ବନ କର୍ମଚାରୀ ହାତୀକୁ ମାରି ପୋଡି ଦେଇଥିବା ମାନିଲେ ପିସିସିଏଫ। ଅଧିକ ପଢନ୍ତୁ

ଶିମିଳିପାଳ ହାତୀ ମୃତ୍ୟୁ ମାମଲା
ଶିମିଳିପାଳ ହାତୀ ମୃତ୍ୟୁ ମାମଲା
ଶିମିଳିପାଳ ହାତୀ ମୃତ୍ୟୁ ମାମଲା: ବନ କର୍ମଚାରୀ ହାତୀକୁ ମାରି ପୋଡି ଦେଇଥିବା ମାନିଲେ PCCF

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା। କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ପିସିସିଏଫ । ବନ କର୍ମଚାରୀ ହାତୀକୁ ମାରି ପୋଡି ଦେଇଥିବା ମାନିଲେ ପିସିସିଏଫ। ପିସିସିଏଫ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ହାତୀ ମୃତୁ ଘଟଣାରେ ବନ କର୍ମଚାରୀ ସାମିଲ ଥିବା ସ୍ୱୀକାର କରିଛନ୍ତି । ଗତ ୭ ତାରିଖରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କାହିଁକି ହାତୀ ମୃତ୍ୟୁରେ ରୋକା ଯାଇପାରୁ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏଥି ସହ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଏଫଆଇଆର ହୋଇ ନାହିଁ ପ୍ରଶ୍ନ କରିଥିଲେ ହାଇକୋର୍ଟ। ସେହିପରି ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବା ରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଏହାପରେ ଜେନବିଲ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଉକ୍ତ ଅଞ୍ଚଳରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନଥିଲା । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୂଚନା ମିଳିଥିଲା। କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା କହିଥିଲେ ପିସିସିଏଫ ସୁଶୀଲ କୁମାର ପୋପଲି ।

ହାତୀକୁ ପୋଡ଼ିବା ପରେ ରହିଯାଇଥିବା ହାଡ଼ ଆଦି ଅବଶେଷକୁ ସେମାନେ ନିକଟର ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହା ଜଣାପଡ଼ିବା ପରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଘଟଣାସ୍ଥଳ ପୁନଶ୍ଚ ଯାଞ୍ଚ ପରେ କିଛି ହାଡ଼ ଖଣ୍ଡ ମିଳିଛି । ଏସବୁ ହାଡ଼କୁ ଯାଞ୍ଚ ଲାଗି OUATକୁ ନମୁନା ପଠାଯାଇଛି । OUATରୁ ରିପୋର୍ଟ ଆସିବା ପରେ ଘଟଣା ସତ ହୋଇଥିବା ନେଇ ଜଣାପଡ଼ିଲେ ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁସାରେ ମାମଲା ରୁଜୁ କରାଯିବ । ଏହାସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସକୁ ଗତକାଲି ଘଟଣା ସ୍ଥଳକୁ ପଠାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.