ETV Bharat / state

‘ଖୁବଶୀଘ୍ର ପୁରୁଣା ସ୍ଥିତିକୁ ଫେରିବ କଟକ’

କିଛିଦିନ ମଧ୍ୟରେ କଟକ ସହରର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ।

author img

By

Published : May 6, 2019, 5:18 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କଟକ

କଟକ: ମାତ୍ର କିଛି ଘଣ୍ଟାର ତାଣ୍ଡବ ରଚିବା ପରେ କଟକ ଛାଡିଥିଲା ବାତ୍ୟା ଫନି । କିନ୍ତୁ ତାଣ୍ଡବର 3ଦିନ ପରେ ମଧ୍ୟ ସୁଧୁରୁନି ସହରର ଅସୁବିଧା । କିଛି ଲୋକଙ୍କ ଘର ଉଜୁଡି ଯାଇଥିବା ବେଳେ ଆଉ କିଛି ଲୋକ ଆଜି ପର୍ଯ୍ୟନ୍ତ ସରକାରୀ ଆହରକୁ ଚାହିଁ ବସିଛନ୍ତି । କିନ୍ତୁ ଆଉ ମାତ୍ର କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କଟକ

ଏଥିସହ ସେ କହିଛନ୍ତି, କଟକର ଏସିବି ମେଡିକାଲ , ଶିଶୁଭବନ ଓ ସିଡିଏରେ ଥିବା ଅଶ୍ୱିନୀ ମେଡ଼ିକାଲ ଲାଇନରେ ଵିଦ୍ୟୁତ ସେବା ଆରମ୍ଭ ହୋଇଗଲାଣି । ତେଣୁ ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସହରରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ।

ଅନ୍ୟପଟେ ସହରରେ ଉପୁଜିଥିବା ଜଳ ସମସ୍ୟା ପାଇଁ ଗଳିକନ୍ଦିରେ ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କର ବୁଲୁଛି । ଆଉ ଲୋକମାନେ ଏହାଦ୍ୱାରା ଜଳ ର ସୁବିଧା ମଧ୍ୟ ପାଉଛନ୍ତି । ତେଣୁ କିଛିଦିନ ମଧ୍ୟରେ କଟକ ପୁଣି ହସି ଉଠିବ ବୋଲି କହିଛନ୍ତି ଜିଲାପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

06.05.2019
Radhakanta Mohanty,Kendrapada(AVB)
Slug-od_kpr_villagers blocked road_script_7204459
Anchor-କେନ୍ଦ୍ରାପଡା ସହରରେ ଫୋନି ପରର ଦୃଶ୍ୟ ଦେଇଛି ଅନେକ ଅସହ୍ୟ ଯନ୍ତ୍ରଣା।ଫୋନି ବାତ୍ୟାକୁ ଦୀର୍ଘ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲୋକମାନଙ୍କ ମୌଳିକ ସମସ୍ୟା ଦୂର ହୋଇପାରିନାହିଁ।ଗତକାଲି ସହରର କିଛି ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲେ ମଧ୍ୟ ଆଉ କିଛି ପରିବାର ବିଦ୍ୟୁତ ପାଇବାରୁ ବଞ୍ଚିତ ହୋଇଥିବାରୁ ଆରମ୍ଭ ହୋଇଛି ଆନ୍ଦୋଳନ।ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧ କିମି ଦୂରରେ ଥିବା ନସଡିପୁର ୬ନଂ ୱାର୍ଡରେ ଗତକାଲି କିଛି ପରିବାରକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିଲେ ହେଁ ଆଉ କିଛି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବରେ ବିଦ୍ୟୁତ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି।ଏହାର ପ୍ରତିବାଦ କରି ୱାର୍ଡ ବାସିନ୍ଦା ଶ୍ୟାମସୁନ୍ଦରପୁର-ସାନ୍ତସାହି ରାସ୍ତାକୁ ବାଉଁଶ ବାଡ଼ ପକାଇ ଦୀର୍ଘ ସମୟ ଧରି ଟାୟାର ଜାଳି ଅବରୋଧ କରିଛନ୍ତି ଓ ଏହି ଅବରୋଧ ସମୟରେ ଜଣେ ମହିଳା ଚେତାଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି।ସଦର ମହକୁମାଠାରୁ ଅଳ୍ପ ଦୁରତାରେ ଏହି ଅବରୋଧ ଚାଲିଥିଲେ ମଧ୍ୟ କୌଣସି ସରକାରୀ ପଦାଧିକାରୀ ଉକ୍ତ ସ୍ଥାନକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରିନଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଛିଡା ହୋଇଛି।ଫୋନି ପାଇଁ ବିଦ୍ୟୁତ ସମସ୍ୟା ସହିତ ପାନୀୟ ଜଳର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି ଏହି ୱାର୍ଡରେ।ତେଣୁ ଯଦି ପ୍ରଶାସନ ଲୋକମାନଙ୍କ ଅସୁବିଧାକୁ ଶୁଣି କୌଣସି ପଦକ୍ଷେପ ନନିଏ ତେବେ ପରିସ୍ଥିତି ବହୁ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ୱାର୍ଡର ମହିଳା ବାସିନ୍ଦା।
ବାଇଟ୧-ସସ୍ମିତା ଦାସ(ନସଡିପୁର ବାସିନ୍ଦା)
ବାଇଟ୨-ବନ୍ଦିତା ଦାସ(ନସଡିପୁର ବାସିନ୍ଦା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.