ETV Bharat / state

ଜାଗରରେ ଶିବଙ୍କ ପାଖରେ କାହିଁକି ଲଗାଯାଏ କେତକୀ ଫୁଲ ? କଣ କହୁଛି କିମ୍ବଦନ୍ତୀ - ଶିବଙ୍କ ପ୍ରିୟ କେତକୀ ଫୁଲ

କେବଳ ମହାଶିବରାତ୍ରୀରେ କାହିଁକି ଶିବଙ୍କ ପାଖରେ ଲାଗି କରାଯାଏ କେତକୀ ଫୁଲ । ଶୁଣନ୍ତୁ କଣ କହୁଛନ୍ତି ମନ୍ଦିର ପୂଜକ । ଅଧିକ ପଢ଼ନ୍ତୁ

ଜାଗରରେ ଶିବଙ୍କ ପାଖରେ କାହିଁକି ଲଗାଯାଏ କେତକୀ ଫୁଲ
significance of kewda flower offered to lord shiva
author img

By

Published : Feb 18, 2023, 10:58 PM IST

ଜାଗରରେ ଶିବଙ୍କ ପାଖରେ କାହିଁକି ଲଗାଯାଏ କେତକୀ ଫୁଲ

କଟକ: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଉପାବାସ ରହି ନିଷ୍ଠାର ସହ ଜାଗର ଜାଳିଲେ ସମସ୍ତ ଇଚ୍ଛା ପୂରଣ ହେବାର ବିଶ୍ବାସ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଶୈବପୀଠରେ ସାରାରାତ୍ରୀ ଉଜାଗର ରହି ଦୀପ ଜାଳି ଶିବରାତ୍ରୀ ପାଳନ୍ତି ଶ୍ରଦ୍ଧାଳୁ । ଏହି କ୍ରମରେ କଟକ ସ୍ଥିତ ପରମହଂସନାଥ ମନ୍ଦିରରେ ଆଡ଼ମ୍ବରେ ଜାଗର ଉତ୍ସବ ପାଳନ ହେଉଛି । ପ୍ରଭୁଙ୍କୁ ଦର୍ଶନ କରିବା ଲାଗି ସକାଳୁ ହଜାର ହାଜର ଭକ୍ତଙ୍କ ସମାଗମ ହୋଇଛି ।

ରାଜ୍ୟର ସର୍ବପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ହେଉଛି ଅନ୍ୟତମ । କୁହାଯାଏ, ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ହଜାର ବର୍ଷର ପୂରାତନ ଶିବ ମନ୍ଦିର ପରମହଂସ ନାଥ ମନ୍ଦିର । କାହିଁ କେବେ ଠାରୁ ଏହା ପରମହଂସ ନାଥ ଶୈବ ପୀଠ ଭାବରେ ପରିଚିତ । ହଜାର ବର୍ଷର ଏହି ମନ୍ଦିରରେ ରହିଛି ଅନେକ ପରମ୍ପରା ଆଉ କିମ୍ବଦନ୍ତୀ। ରୀତିନୀତି ଅନୁଯାୟୀ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ବିଶ୍ୱାସ ରହିଛି ଉକ୍ତ ମନ୍ଦିରରେ ଯାହା ମାନସିକ କରାଯାଏ ତାହା ପୂରଣ ହୋଇଥାଏ । ସବୁଠାରୁ ବଡ କଥା ହେଉଛି, ଦେବତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି ।

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳ ବାଳ ଭୋଗ କରାଯାଇଥାଏ । ଅପରାହ୍ନ ୧୨ ଟାରୁ ୧୨.୩୦ରେ ମନ୍ଦିରର ସେବକମାନେ ପ୍ରସାଦ ଭୋଗ ଲାଗି କରିଥାଆନ୍ତି । ଏହାର ଦୁଇ ଘଣ୍ଟା ପରେ ଖେଚଡି ଭୋଗ ଲାଗି କରାଯାଏ ।ଅପରାହ୍ନ ୨ ଟାରୁ ୨ ଟା ୩୦ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପହଡ଼ ପଡେ । ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ । ତେବେ ଏହି ପୂରାତନ ମନ୍ଦିରରେ ଅନେକ ଆଲୌକିକ ରହିଛି ।

ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି । ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି ।ଏହି ଖବର ପ୍ରଚାର ହେବାରୁ ରାଜା ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ । ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡା଼ ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ରଭୁ ହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ିଗୁଡ଼ିକ ଉଖୁଡା଼ ହେଇଯାଉ ବୋଲି କହିଥିଲେ । ଏହାପରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁରୋହିତ ଧରିଥିବା ଚିଙ୍ଗୁଡ଼ିଗୁଡ଼ିକ ଉଖୁଡ଼ାରେ ପରିଣତ ହୋଇଗଲା ।

କେବଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ ବାଳ ବାହାରିଥିଲା । ତେବେ ଏହା ପରମହଂସ ନାଥଙ୍କ ବାଳ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ । ପୁରୋହିତ କିଛି ବାଟ ନ ପାଇ ଭୟରେ 'ହେ ପ୍ରଭୁ ରକ୍ଷା କର' କହିବାରୁ ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପ୍ରଭୁଙ୍କର ମୁଣ୍ଡରେ ବାଳ ଉଠିଥିଲା । ରାଜା ମଧ୍ୟ ଏହାକୁ ସନ୍ଦେହ କରି ବାଳଟିକୁ ଉପାଡିବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ୱାସ ରହିଛି ।

ବିଶ୍ୱାସ ରହିଛି ପ୍ରଭୁ ପରମହଂସ ନାଥଙ୍କ ପାଖରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ । ବିଶେଷକରି ଜାଗର ଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ।ଏଠାରେ ମେଳା ମଧ୍ୟ ପଡିଥାଏ । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ଭୋର ୨ଟା ୩୦ରୁ ମନ୍ଦିର ପହଡ଼ ଖୋଲାଯାଏ । ଶ୍ରଦ୍ଧାଳୁ ଦର୍ଶନ କରିବା ପରେ ଭୋର ୫ ଟାରେ ପୁଣି ମନ୍ଦିରର ପହଡ଼ ପଡେ । ନୀତିକାନ୍ତି ସରିବା ପରେ ସକାଳ ୬ଟାରୁ ପହଡ଼ ଖୋଲାହୁଏ । ଠିକ୍ ମଧ୍ୟରାତ୍ର ୧୨ ଟାରୁ ପହଡ଼ ପଡ଼ି ରାତ୍ର ୧୨ ଟା ୩୦ରେ ପହଡ଼ ଖୋଲିଥାଏ । ଏହାପରେ ମନ୍ଦିରରେ ରୁଦ୍ରଭିଷେକ କରାଯାଏ । ତେବେ ରାତ୍ର ୪ ରୁ ସାଢ଼େ ୪ ଟାରେ ଏଠାରେ ମହାଦୀପ ଉଠିବାର ପରମ୍ପରା ରହିଛି ।

ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପାଖରେ କେତକୀ ଫୁଲ ଲଗାଯାଏ । ତେବେ କେବଳ ଶିବରାତ୍ରୀରେ କାହିଁକି ମହାଦେବଙ୍କ ପାଖରେ କେତକୀ ଫୁଲ ଲଗାଯାଏ ?

କଣ ରହିଛି ଏହାର କିମ୍ବଦନ୍ତୀ ? କିମ୍ବଦନ୍ତୀ ଅନୁସାରେ, ପ୍ରଭୁରାମ ଓ ମାତା ସୀତା ବନବାସରେ ଥିବାବେଳେ ମହାରାଜା ଦଶରଥଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ ଦଶରଥଙ୍କୁ ପିଣ୍ଡ ଦେବାପାଇଁ ରାମ ବନକୁ ଫୁଲ ଓ ଫଳ ଆଣିବାକୁ ଯାଇଥିଲେ । ରାମ ଫେରିବାକୁ ବିଳମ୍ବ ହେବାରୁ ନିର୍ଦ୍ଧାରିତ ସମୟ ଶେଷ ହୋଇଯିବା ନେଇ ବ୍ରାହ୍ମଣ ସୀତାଙ୍କୁ କହିଥିଲେ । ଏହି ସମୟରେ ମାତା ସୀତା ନିରୁପାୟ ହୋଇ ନଦୀକୂଳରେ ଥିବା ବାଲିରେ ପିତା ଦଶରଥଙ୍କୁ ପିଣ୍ଡଦାନ କରିଥିଲେ ଏବଂ ସେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ । ଏହି ସମୟରେ ରାମ ଆସି ପହଞ୍ଚି ଦେଖନ୍ତି ତ, ପିଣ୍ଡ ଦାନ ଶେଷ ହୋଇସାରିଛି । ସୀତାଙ୍କୁ ପଚାରିବାରୁ ବାଲିରେ ଗୁଳା କରି ପିଣ୍ଡ ଦେଇଥିବା ସେ କହିଥିଲେ । ମାତ୍ର ରାମ ଏହାକୁ ବିଶ୍ବାସ କରିନଥିଲେ ।

ତେଣୁ ପାଖରେ ଥିବା ଏକ କେତକୀ ଫୁଲକୁ ସାକ୍ଷୀ ରଖିଥିଲେ ସୀତା ଏବଂ ରାମଙ୍କ ଆଗରେ ସତ କହିବାକୁ ଅନୁରୋଧ କରିଥିଲେ । ମାତ୍ର କେତକୀ ମିଥ୍ୟ କହିଥିଲେ । ଏହା ଶୁଣି ସୀତା ମର୍ମାହତ ହେବା ସହ କେତକୀକୁ ଅଭିଶାପ ଦେଇଥିଲେ ଯେ, ସେ କୌଣସି ଦେବାଦେବୀଙ୍କ ପାଖରେ ଲାଗି ହେବନାହିଁ । ଏହା ଶୁଣି ରାମ ହସିଥିଲେ । କହିଲେ, ସୀତା ଦେଇଥିବା ପିଣ୍ଡକୁ ପିତା ଦଶରଥ ଦଶରଥ ଗ୍ରହଣ କରିଥିବା ସେ ଜାଣିଛନ୍ତି ଓ ସେ କେବଳ ସୀତାଙ୍କୁ ପରୀକ୍ଷା କରୁଥିଲେ । ଏହାପରେ ଅଭିଶାପ ମୁକ୍ତ କରିବା ପାଇଁ କେତକୀ ସୀତାଙ୍କୁ ଅନୁରୋଧ କରିଥିଲା । ତେଣୁ କେବଳ ଶିବରାତ୍ରୀ ଦିନ ଶିବଙ୍କ ପାଖରେ କେତକୀ ଫୁଲ ଲାଗି କରାଯିବାକୁ ସୀତା ଆଶିର୍ବାଦ ଦେଇଥିଲେ । ସେହିଦିନ ଠାରୁ କେବଳ ଶିବରାତ୍ରୀରେ ମହାଦେବଙ୍କୁ କେତକୀ ଫୁଲ ଲାଗି କରାଯାଉଥିବା କିମ୍ବଦନ୍ତୀରେ ବର୍ଣ୍ଣିତ ଅଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.