ETV Bharat / state

ନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ସାମାଜିକ ସଙ୍ଗଠନ

author img

By

Published : Apr 3, 2022, 6:29 PM IST

ନଦୀ ଜଳ ପ୍ରଦୂଷିତ ହେଉଥିବାରୁ ତାହାର ନିରାକରଣ ପାଇଁ ସ୍ଵର ଉତ୍ତୋଳନ କରିଛି କଟକର ପ୍ରମୁଖ ସାମାଜିକ ସଂଗଠନ ଶ୍ରୀକୃଷ୍ଣ ଫାଉଣ୍ଡେସନର କର୍ମକର୍ତ୍ତା ମାନେ । ଅଧିକ ପଢନ୍ତୁ

ନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ସାମାଜିକ ସଙ୍ଗଠନ
ନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ସାମାଜିକ ସଙ୍ଗଠନ

କଟକ: ରାଜ୍ୟରେ ନଦୀ ପ୍ରଦୂଷଣ ନେଇ ଚିନ୍ତା ବଢୁଛି । ବିଶେଷ କରି ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନ ବ୍ୟବସ୍ଥା ହିଁ ଏଥିନିମନ୍ତେ ପ୍ରତ୍ୟକ୍ଷ ଭାବେ ଦାୟୀ । ସହରାଞ୍ଚଳରୁ ବାହାରୁଥିବା ପ୍ରଦୂଷିତ ଜଳ ଅଥବା ନର୍ଦ୍ଦମା ପାଣି ସିଧାସଳଖ ଭାବେ ନଦୀ ମଧ୍ୟକୁ ଛଡାଯାଉଛି । ଯାହାଫଳରେ କେବଳ ନଦୀ ଜଳ ନୁହେଁ ବରଂ ଭୂଗର୍ଭ ଜଳ ମଧ୍ୟ ଏଥିକାରଣରୁ ଦୂଷିତ ହେବାରେ ଲାଗିଛି । ବର୍ତମାନ ନଦୀ ମାନଙ୍କର ଜଳ ଏକରକମର ବିଷ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଯୋଗୁଁ ଉଭୟ ମଣିଷ ଏବଂ ଜଳଜୀବ ପାଇଁ ବ୍ୟବହାର ଅସୁରକ୍ଷିତ ହୋଇପଡୁଛି । ଏନେଇ ସ୍ଵର ଉତ୍ତୋଳନ କରିଛି କଟକର ପ୍ରମୁଖ ସାମାଜିକ ସଂଗଠନ ଶ୍ରୀକୃଷ୍ଣ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ।

ପୁରୀଘାଟ ଥାନା ନିକଟରୁ ଖାନନଗର ଅଭିମୁଖେ ଏକ ପଦଯାତ୍ରା କରି ସହରବାସୀଙ୍କୁ ସଚେତନତା କରାଇଛନ୍ତି । ଫାଉଣ୍ଡେସନର ସଦସ୍ୟ ମାନେ ବିଗତ ଚାରିମାସ ହେଲା ପ୍ରତ୍ୟେକ ରବିବାର କଟକ ଦେବୀଗଡା ନିକଟ ନଦୀକୂଳର ଆବର୍ଜନା ସଫା କରିଥାନ୍ତି । ହେଲେ ମାସ ମାସର କୁଢ଼ କୁଢ଼ ଅଳିଆ ଉକ୍ତ ଡମ୍ପରେ ପଡିରହୁଛି । ଏନେଇ ସିଏମସିକୁ ଏକ ଲିଖିତ ଦରଖାସ୍ତ ମଧ୍ୟ ଦିଆଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେବେ କେବଳ ସିଏମସି ନୁହେଁ, ଜନସାଧାରଣ ମଧ୍ୟ ଏଦିଗରେ ସଚେତନ ହେବା ସହ ସିଧାସଳଖ ଭାବରେ ଅଳିଆ ଆବର୍ଜନାକୁ ନଦୀ ମଧ୍ୟକୁ ଫିଙ୍ଗନ୍ତୁ ନାହିଁ ବୋଲି ଫାଉଣ୍ଡେସନର ସାଧାରଣ ସମ୍ପାଦକ ରୋଜାଲିନ ବେହେରା କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.