ETV Bharat / state

ଶ୍ରାବଣ ଦ୍ବିତୀୟ ସୋମବାର: କାଉଡିଆଙ୍କ 'ଓଁ ନମଃ ଶିବାୟ ଧ୍ବନି'ରେ କମ୍ପିଲା ଧବଳେଶ୍ବର ପୀଠ

ଶ୍ରାବଣ ଦ୍ବିତୀୟ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ସକାଳେ ପ୍ରଭୁଙ୍କର ନୀତିକାନ୍ତି ସରିବା ସହ ପହଡ ଖୋଲିବା ପରେ ଆରମ୍ଭ ହୋଇଛି କାଉଡିଆଙ୍କ ଜଳାଭିଷେକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 29, 2019, 9:47 AM IST

କଟକ: ଶ୍ରାବଣ ମାସ ଦ୍ବିତୀୟ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ସକାଳେ ପ୍ରଭୁଙ୍କର ନୀତିକାନ୍ତି ସରିବା ସହ ପହଡ ଖୋଲିବା ପରେ ଆରମ୍ଭ ହୋଇଛି କାଉଡିଆମାନଙ୍କ ଜଳାଭିଷେକ । ମନ୍ଦିରରେ ମହାଦେବଙ୍କୁ ବଡସିଂହାର ବେଶରେ ସୁସଜ୍ଜିତ କରିବା ସହ କାଉଡିଆଙ୍କ ବୋଲବମ ଧ୍ବନି ଓ 'ଓଁ ନମଃ ଶିବାୟ ଧ୍ବନି'ରେ ପବିତ୍ର ହୋଇଛି ପରିବେଶ ।

ମାସର ପ୍ରଥମ ସୋମବାର ଗ୍ରହଣ ସପ୍ତାହରେ ଥିବାରୁ ପ୍ରଥମ ସପ୍ତାହରେ ମନ୍ଦିରରେ ସେତେଟା ଭିଡ ଦେଖାଯାଇନଥିଲା । କିନ୍ତୁ ଦ୍ବିତୀୟ ସୋମବାରରେ ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ତେବେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ 5 ପ୍ଲାଟୁନ ଫୋର୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କିମ୍ବଦନ୍ତୀ କୁହେ କି ପ୍ରଭୁ ଏହି ପୀଠରେ କଳା ବଳଦକୁ ଧଳା କରିଥିଲେ । ସେବେଠାରୁ ପୀଠରେ ବାବା ଧବଳେଶ୍ବରଙ୍କ ନାମରେ ପ୍ରଭୁ ପୂଜା ପାଇ ଆସୁଛନ୍ତି । ବିଶ୍ବାସ ରହିଛି ଶ୍ରାବଣ ସୋମବାରରେ ଏହି ପୀଠରେ ବାବାଙ୍କୁ ଦର୍ଶନ କରି ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ତେଣୁ ପ୍ରତିବର୍ଷ ଶ୍ରାବଣ ସୋମବାରରେ ଏହି ପୀଠରେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଜମେ କାଉଡିଆଙ୍କ ଭିଡ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଂଙ୍କର-ଆଜି ଶ୍ରାବଣୀ ଦ୍ବିତୀୟ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠ । ଧବଳେଶ୍ବର ପୀଠରେ ଆଜି ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସ୍ଜିତ କରିବାପରେ ପହଡ ଖୋଲାଯାଇଥିଲା।କାଉଡିଆମାନେ ମହାପ୍ରଭଙ୍କ ନିକଟରେ ଜଳଲାଗି କରିଥିଲେ।ବୋଲବମ ହରେବମ ଧ୍ବନୀରେ ପୀଠ ଚଳଚଞ୍ଚଳ।କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ପ୍ରସିଦ୍ଧ ଏବଂ ବିଶ୍ବାସ ରହିଛି ମାନସିକ କଲେ ମାନସିକ ପୂରଣ ହୋଇଥାଏ।ଶ୍ରାବଣୀ ସୋମବାର ରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି।ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତ ସୋମବାର ଗ୍ରହଣ ସପ୍ତାହ ହୋଇଥିବାରୁ ସେତଟା ଭିଡ ହୋଇନଥିବା ବେଳେ ଆଜି ଦ୍ବିତୀୟ ସୋମବାର ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ପ୍ରାୟ ୨୦ ହଜାରରୁ ଉର୍ଧ କାଉଡିଆ ଆଜି ବାବା ଧବଳେଶ୍ବର ଙ୍କୁ ଜଳାଭିଷେକ କରିଛନ୍ତି।ଆଜି ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ ବ୍ୟାରିକେଟ ର ବ୍ୟବସ୍ଥା କରାଯାଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.