ETV Bharat / state

Sexual Harassment Allegations: ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

author img

By

Published : Aug 7, 2023, 12:37 PM IST

କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ ମହିଳା ଥାନାରେ ହାଜର ହୋଇଛନ୍ତି ସୌରିନ । ଅଧିକ ପଢନ୍ତୁ

ଯୌନ ଶୋଷଣ ମାମଲା; ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

କଟକ: ଓଲିଉଡ ତଥା ବଲିଉଡର ପ୍ରତିଷ୍ଠିତ ଗାୟକ ସୌରିନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା । ମହିଳା ଥାନାରେ ହାଜର ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଥାନାରେ ଏତଲା ପରେ ଫେରାର ଥିଲେ ସୌରିନ । କିଛି ଦିନ ପୂର୍ବରୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇଥିଲେ । ବର୍ତ୍ତମାନ ପୀଡ଼ିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରିନ ।

ଅଭିଯୋଗ ପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୌରିନ । ଅଗଷ୍ଟ 1 ତାରିଖରେ ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଥାନାରେ ହାଜର ହେବା ପାଇଁ ମଧ୍ୟ କଣ୍ଠଶିଳ୍ପୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ସୌରିନ ।

କଣ ଥିଲା ଅଭିଯୋଗ: ସୌରିନ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ତାଙ୍କର ଗୀତ ଗାଇବାର ନିଶା ରହିଥିଲା । ସେ ସୌରିନଙ୍କ ଫ୍ୟାନ ଥିଲେ । ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା । ତାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ସହ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ଯୁବତୀ ଜଣକ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । କଣ୍ଠଶିଳ୍ପୀ ସୌରିନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରୁ ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା; ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

ଏହି ଅଭିଯୋଗ ପରଠୁ ଫେରାର ଥିବା ସୌରିନ ଭଟ୍ଟ ଫେରାର ଥିଲେ। ତାଙ୍କୁ ଠାବ କରିବା ପାଇଁ ରାଜ୍ୟ ବାହାରକୁ(କୋଲକାତା) ଯାଇଥିଲା କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ସୌରିନ ନିଜ ମୋବାଇଲ ସୁଇଚ୍‌ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜାଖୋଜି କରିଥିଲା । ମାତ୍ର ସେଠାରୁ ନିରାଶ ହୋଇ ଫେରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.