ETV Bharat / state

ବୋର୍ଡ଼ର ସାଙ୍ଘାତିକ ତ୍ରୁଟି, ଛାତ୍ରୀଙ୍କ ମାର୍କସିଟରେ ଛାତ୍ରଙ୍କ ଫଟୋ - ଛାତ୍ରୀଙ୍କ ମାର୍କସିଟରେ ଛାତ୍ରଙ୍କ ଫଟୋ

ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ତ୍ରୁଟି । ଛାତ୍ରୀଙ୍କ ସାର୍ଟିଫିକେଟରେ ରହିଛି ଛାତ୍ରଙ୍କ ଫଟୋ । ଅଧିକ ପଢନ୍ତୁ

ବୋର୍ଡ଼ର ସାଙ୍ଘାତିକ ତ୍ରୁଟି
severe error in board
author img

By

Published : Jul 4, 2023, 9:05 AM IST

Updated : Jul 4, 2023, 12:40 PM IST

ଛାତ୍ରୀଙ୍କ ମାର୍କସିଟରେ ଛାତ୍ରଙ୍କ ଫଟୋ

କଟକ: ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ସାଂଘାତିକ ତ୍ରୁଟି । ଗୋଟିଏ ବିଦ୍ୟାଳୟର ୬୯ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ରହିଛି ମାତ୍ର ଜଣେ ଛାତ୍ରଙ୍କ ଫଟୋ । କଟକ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଏହି ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି । ସାର୍ଟିଫିକେଟ୍‌ରେ ତ୍ରୃଟି ଥିବାରୁ କିପରି ନାମ ଲେଖାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲ ନୀତି ଯୋଗୁଁ ଏଭଳି ଗୁରୁତ୍ୱର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି ବୋର୍ଡ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଛି । ଭୁଲକୁ ସଂଶୋଧନ କରାଯିବ କିନ୍ତୁ ଏହା ଦ୍ବାରା ନାମ ଲେଖାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

କଟକ ଜିଲ୍ଳା ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟରେ କିଛି ପରୀକ୍ଷାର୍ଥୀଙ୍କ ମାଟ୍ରିକ ସାର୍ଟିଫିକେଟକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ଅନେକ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଛପାଯାଇଥିବା ପରୀକ୍ଷାର୍ଥୀଙ୍କ ଫଟୋ ଏକ । ଏମିତି ଜଣେ କି ଦୁଇ ଜଣ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ମୋଟ ୬୯ଜଣଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଛାତ୍ରୀଙ୍କ ଫଟୋ ଜାଗାରେ ଛାତ୍ରଙ୍କ ଫଟୋ ଲାଗିଛି । ତେବେ ଏହି ସାର୍ଟିଫିକେଟ୍‌ ଦେଖାଇ ଛାତ୍ରଛାତ୍ରୀ କିପରି ନାମ ଲେଖାଇବେ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସମସ୍ୟାର ସମାଧନ କରିବା ପାଇଁ ନା ସ୍କୁଲ କତ୍ତୃପକ୍ଷ ନା ବୋର୍ଡ କେହି ବି କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।

ଏହା ବି ପଢନ୍ତୁ...OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ, ସରକାରଙ୍କୁ ଘେରିଲେ ବିରୋଧୀ

ସୂଚନା ମୁତାବକ ଏହି ସ୍କୁଲରେ ଚଳିତ ବର୍ଷ ୭୩ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସମେଟିଭ-୧ ପରୀକ୍ଷା ସମୟରେ ୪ଜଣ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍‌ କାର୍ଡ ଠିକ୍ ଥିଲା ବେଳେ ୬୯ଜଣଙ୍କ ଆଡ୍‌ମିଟ୍‌ କାର୍ଡ ତ୍ରୁଟିପୂର୍ଣ୍ଣ ଥିବା ଦେଖା ଯାଇଥିଲା । ସମସ୍ତ ୬୯ଟି ଆଡ୍‌ମିଟ୍‌ କାର୍ଡରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଫଟୋ ପରିବର୍ତ୍ତେ ଜଣେ ଛାତ୍ରଙ୍କ ଫଟୋ ଲାଗିଥିବା ଜଣାପଡ଼ିଥିଲା । ସ୍କୁଲ କତ୍ତୃପକ୍ଷ ସେହି ସମୟରେ ଏହି ତ୍ରୃଟିକୁ ସୁଧାରିବା ପାଇଁ କରିଥିଲେ ମଧ୍ୟ ସମେଟିଭ-୨ ରେ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା ।

ଏହା ପରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ସଂଶୋଧିତ ହୋଇ ଆସିବ ବୋଲି କୁହାଯାଇଥିଲା । କିନ୍ତୁ ଗତକାଲି(ସୋମବାର) ସ୍କୁଲ୍‌ ପକ୍ଷରୁ ମାଟ୍ରିକ୍ ସାର୍ଟିଫିକେଟ୍ ବଣ୍ଟନ ସମୟରେ ପୁଣି ସେହି ଛାତ୍ରଙ୍କ ଫଟୋ ଲାଗିଥିବା ଦେଖାଯାଇଥିଲା । ସେପଟେ ବୋର୍ଡ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଛି । ସହ ତ୍ରୃଟିକୁ ସଂଶୋଧନ କରାଯିବ କିନ୍ତୁ ଏହା ଦ୍ବାରା ନାମ ଲେଖାରେ କୌଣସି ସମସ୍ୟା ହେବ ନାହିଁ ବୋଲି ସଫେଇ ଦେଇଛନ୍ତି ବୋର୍ଡ଼ ଉପସଭାପତି ।

ଇଟିଭି ଭାରତ, କଟକ

Last Updated : Jul 4, 2023, 12:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.