ETV Bharat / state

ସ୍କୁଲ ଫି’ ପ୍ରସଙ୍ଗ: ଆପୋସ ସମାଧାନ ପାଇଁ ହାଇକୋର୍ଟଙ୍କ ପରାମର୍ଶ

ସ୍କୁଲ ଫି’ ପ୍ରସଙ୍ଗରେ ଆପୋସ ସମାଧାନ କରିବାକୁ ହାଇକୋର୍ଟ ମଙ୍ଗଳବାର ପରାମର୍ଶ ଦେଇଛନ୍ତି । ଅଭିଭାବକ ସଙ୍ଘ, ଶିକ୍ଷକ ସଂଘ ଓ ବେସରକାରୀ ସ୍କୁଲ ସଙ୍ଘର ପ୍ରତିନିଧି ମାନଙ୍କୁ ନେଇ ବୈଠକ ମାଧ୍ୟମରେ ଏହାର ସମାଧାନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍କୁଲ ଫି’ ପ୍ରସଙ୍ଗ, ଆପୋସ ସମାଧାନ ପାଇଁ ହାଇକୋର୍ଟଙ୍କ ପରାମର୍ଶ

author img

By

Published : Sep 1, 2020, 4:01 PM IST

କଟକ: ସ୍କୁଲ ଫି’ ପ୍ରସଙ୍ଗରେ ଆପୋସ ସମାଧାନ କରିବାକୁ ହାଇକୋର୍ଟ ମଙ୍ଗଳବାର ପରାମର୍ଶ ଦେଇଛନ୍ତି । ଅଭିଭାବକ ସଙ୍ଘ, ଶିକ୍ଷକ ସଂଘ ଓ ବେସରକାରୀ ସ୍କୁଲ ସଙ୍ଘର ପ୍ରତିନିଧି ମାନଙ୍କୁ ନେଇ ବୈଠକ ମାଧ୍ୟମରେ ଏହାର ସମାଧାନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।

ସ୍କୁଲ ଫି’ ପ୍ରସଙ୍ଗ, ଆପୋସ ସମାଧାନ ପାଇଁ ହାଇକୋର୍ଟଙ୍କ ପରାମର୍ଶ

ଏହି ବୈଠକ ମାଧ୍ୟମରେ ସମାଧାନର ବାଟ ଫିଟିବ ଏବଂ ବୈଠକ ପରେ ଯାହା ନିଷ୍ପତି ନିଆଯିବ ହାଇକୋର୍ଟଙ୍କୁ ଅବଗତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଅନ୍ୟପଟେ ହାଇକୋର୍ଟଙ୍କ ଏଭଳି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଅଭିବାବକ ସଙ୍ଘ । ବୈଠକ ମାଧ୍ୟମରେ ନିଷ୍କର୍ଷ ବାହାରିବ ବୋଲି ଅଭିଭାବକ ସଙ୍ଘ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ କୋରୋନା ସମୟରେ ସ୍କୁଲ ଫି’ ସମ୍ପୂର୍ଣ ପ୍ରତ୍ୟାହାର କରିବାକୁ ଅବିଭାବକ ସଙ୍ଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.