ETV Bharat / state

ଏସସିବିରେ ଲିଫ୍ଟ ଅଚଳ, ହନ୍ତସନ୍ତ ରୋଗୀ

author img

By ETV Bharat Odisha Team

Published : Dec 28, 2023, 8:31 PM IST

SCB hospital Lift Not Functioning: ବଡ଼ ମେଡିକାଲରେ ହନ୍ତସନ୍ତ ରୋଗୀ । ଷ୍ଟ୍ରେଚର ସାହାଯ୍ୟରେ ସିଡ଼ିରେ ବିପଦପୂର୍ଣ୍ଣ ଭାବେ ରୋଗୀଙ୍କୁ ନିଆଯାଉଛି। ଅଧିକ ପଢନ୍ତୁ

ଲିଫ୍ଟ ଅଚଳ
ଲିଫ୍ଟ ଅଚଳ

ଲିଫ୍ଟ ଅଚଳ

କଟକ: ଏସସିବି ମେଡିକାଲର ନ୍ୟୁ ମେଡ଼ିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ସିଡ଼ିରେ ବିପଦପୂର୍ଣ୍ଣ ଭାବେ ନିଆଯାଉଛି। ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନିଆଯାଉଥିବା ଦେଖିବାକୁ ମିଳିଛି। ଏମ୍ସ ପ୍ଲସ ହେବାକୁ ଯାଉଥିବା ବଡ ମେଡିକାଲ ଅବ୍ୟବସ୍ଥା ଘେରରେ ଥିବାବେଳେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଯାହାକୁ ନେଇ ରୋଗୀ ମାନଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। ସୂଚନା ଅନୁସାରେ, ନ୍ୟୁ ମେଡିସନ ୱାର୍ଡଟି ହେଉଛି 4 ମହଲା ବିଶିଷ୍ଟ। ପ୍ରତିଦିନ ହଜାର ହଜାର ରୋଗୀ ମେଡିସନ ବିଭାଗରେ ଭର୍ତ୍ତି ହେଉଥିବାବେଳେ ଲିଫ୍ଟ ନଥିବାରୁ ଅନେକ ସମସ୍ୟା ଉପୁଜିଛି।

ତେବେ ଏହି ଅସୁବିଧାକୁ ନେଇ ଦୀର୍ଘ ଦିନ ଧରି ରୋଗୀମାନେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ଏଯାବତ କାହିଁକି ଏହି ସମ୍ବେଦନଶୀଳ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ରୋଗୀ ଆଣିଥିବା ଅଭିଯୋଗ ଭିତ୍ତିହିନ ବୋଲି କହିଛନ୍ତି ଏସସବି ଅଧିକାରୀ । ସେ କହିଛନ୍ତି, "3 ଦିନ ଧରି ନ୍ୟୁ ମେଡିସନର ଲିଫ୍ଟ ବନ୍ଦ ରହିଥିଲାବେଳେ ଗତକାଲି (ବୁଧବାର) ସନ୍ଧ୍ୟା ଠାରୁ କାଜୁଆଲଟିର ଲିଫ୍ଟ ଅଚଳ ରହିଛି। ତେବେ ଲିଫ୍ଟ ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ନମିଳିବାରୁ ଏଯାବତ୍ ଲିଫ୍ଟ ୨ ଟି ଅଚଳ ଥିଲା। କିନ୍ତୁ ଏହି ଅସୁବିଧାର ସମାଧାନ ଆଜି ସନ୍ଧ୍ୟା ସୁଧା ହୋଇଯିବ। ପୂର୍ବପରି ଲିଫ୍ଟ କାର୍ଯ୍ୟ କରିବ।"

ଏହା ମଧ୍ୟ ପଢନ୍ତୁ...କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ...SCBରେ ଅଚଳ ସିଟି ସ୍କାନ ମେସିନ୍, ହନ୍ତସନ୍ତ ରୋଗୀ

ଏହା ମଧ୍ୟ ପଢନ୍ତୁ...Annual function of SCB Medical: ‘ଡାକ୍ତରୀ ଏକ ବୃତ୍ତି ନୁହେଁ ବ୍ରତ, SCB ଗରିବ ଲୋକଙ୍କ ବଡ ଆଶା ଭରସା’

ତେବେ ଏମ୍ସ ପ୍ଲସ ଢାଞ୍ଚାରେ ବଡ଼ ମେଡିକାଲର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ଢଙ୍ଗରେ ଜାରି ରହିଛି । ଏପରିକି 5T ଅଧ୍ୟକ୍ଷ କିଛି ଦିନ ତଳେ ଏହି କାର୍ଯ୍ୟକୁ ସମୀକ୍ଷା କରିବା ସହ ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟ ସରକାରଙ୍କର ଏମ୍ସ ପ୍ଲସ ଏସସିବିରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଲିଫ୍ଟ ଅଚଳ ହୋଇପଡିଥିବାବେଳେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଉପର ମହଲାକୁ ନେବା କଷ୍ଟକର ହୋଇପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.