କଟକ: ଏସସିବିରେ ଆରମ୍ଭ ହୋଇଛି ଟେଲିମେଡିସିନ ସେବା । ଲକଡାଉନ ଯୋଗୁଁ ରୋଗୀ ମାନେ ଏସସିବି ଆସି ପାରୁନଥିବାରୁ ଏହା କାର୍ଯ୍ୟକ୍ଷମ କରାଯାଇଛି । ଏହା 24 ଘଣ୍ଟିଆ ସେବା ଯୋଗାଇବ ।
ଏହା ମାଧ୍ୟମରେ ରୋଗୀ 2428316 ନମ୍ବରରେ କଲ କରି ବିଶେଷଜ୍ଞଙ୍କ ପାଖରୁ ସମସ୍ତ ସୂଚନା ନେଇପାରିବେ । ତେବେ ସେବା ଆରମ୍ଭର ପ୍ରଥମ ଦିନରେ 100ରୁ ଉର୍ଦ୍ଧ୍ବ ରୋଗୀ ସେମାନଙ୍କ ରୋଗର ନିରାକରଣ ସମ୍ପର୍କରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଥିବା ମେଡିକାଲ ପକ୍ଷରୁ ସ୍ପଷ୍ଟ ହୋଇଛି ।
ଯଦି ରୋଗୀ ଅଧିକ ଗୁରୁତର ଥାଏ ତେବେ ତାଙ୍କୁ ସଙ୍ଗେସଙ୍ଗେ ଏସସିବି ଆସିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ