ETV Bharat / state

ସାଢେ 3 ଫୁଟ ଉପରୁ ଉଠିଲା ୪୫ ବର୍ଷର ଶିବ ମନ୍ଦିର, ବୁଡ଼େଇ ପାରିବନି ଡ୍ରେନ ଜଳ

author img

By

Published : Dec 18, 2022, 2:03 PM IST

ଆଉ ଡ୍ରେନ ପାଣିରେ ଉବୁଟୁବୁ ହେବନି ମନ୍ଦିର ପରିସର । ଦର୍ଶନ ପାଇଁ ହଇରାଣ ହେବେନି ଶ୍ରଦ୍ଧାଳୁ । ସମାଧାନ ହେଲା କଟକ ସର୍ପେଶ୍ବର ଶିବ ମନ୍ଦିରର ସମସ୍ୟା । ବୈଷୟିକ ଜ୍ଞାନ କୌଶଳ ଦ୍ବାରା ଲୁହା ଜଗ୍ ସାହାଯ୍ୟରେ ମନ୍ଦିରକୁ ସାଢେ ତିନି ଫୁଟ ଉପରକୁ ଉଠାଯାଇଛି । ଅଧିକ ପଢନ୍ତୁ

sarpeswar shiva temple
sarpeswar shiva temple
sarpeswar shiva temple

କଟକ: ବର୍ଷା ଦିନ ଆସିଲେ କଟକ ବଜ୍ରକବାଟୀ ମୁଖ୍ୟ ନାଳରେ ଆସେ କୃତ୍ରିମ ବନ୍ୟା । ଯାହାକୁ ନେଇ ନିକଟରେ ଥିବା ଫ୍ରେଣ୍ଡସ କଲୋନୀର 45 ବର୍ଷ ପୁରୁଣା ସର୍ପେଶ୍ବର ଶିବ ମନ୍ଦିରରେ ନାଳ ପାଣି ମାରିଥାଏ ଲହଡି । ଫଳରେ ସର୍ପେଶ୍ବର ମହାଦେବ ଅପରିଷ୍କାର ନଳା ପାଣିରେ ବୁଡି ରହୁଥାଏ ସର୍ଵଦା । ମନ୍ଦିର ଯିବାକୁ ମଧ୍ୟ ବାଧା ଉପୁଜିଥାଏ । କିନ୍ତୁ ଏଣିକି ବିନା କୌଣସି ଦ୍ବିଧାରେ ଭଗବାନଙ୍କୁ ଦର୍ଶନ କରିବେ ଭକ୍ତ । ବୈଷୟିକ ଜ୍ଞାନ କୌଶଳ ଦ୍ବାରା ଲୁହା ଜଗ୍ ସାହାଯ୍ୟରେ ମନ୍ଦିରକୁ ସାଢେ ତିନି ଫୁଟ ଉପରକୁ ଉଠାଯାଇଛି ।

ମନ୍ଦିର ପରିସର ଡ୍ରେନ ପାଣିରେ ବୁଡି ରହୁଥିବାରୁ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ମନ୍ଦିରର ପରିଚାଳନା କମିଟି ପୂର୍ବରୁ ମନ୍ଦିର ଭାଙ୍ଗି ନୂତନ ଭାବରେ ଗଢିବା ପାଇଁ ଯୋଜନା କରିଥିଲା । କିନ୍ତୁ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ ହେବା ପରେ ଏହି ନିଆରା ପ୍ରୟାସ ଆରମ୍ଭ କରିଛି ମନ୍ଦିର କମିଟି । ହରିୟାଣାର ଏକ ସଂସ୍ଥା ପୁରା ମନ୍ଦିରକୁ ବୈଷୟିକ ଜ୍ଞାନ ଲଗାଇ ଶତାଧିକ ଲୁହା ଜଗ୍ ସାହାଯ୍ୟରେ ସାଢେ ତିନି ଫୁଟ ଉପରକୁ ଉଠାଯାଇଛି ।

ନଭେମ୍ବର 22 ତାରିଖରୁ ମନ୍ଦିର ଉଠା କାମ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ପ୍ରଥମ ସପ୍ତାହରେ କାମ ଶେଷ ହେବ । ଖର୍ଚ୍ଚ ଦୃଷ୍ଟି କୋଣ ଅଧିକ ରହିଥିଲା ବେଳେ ନାଳ ପାଣି ମନ୍ଦିର ପ୍ରବେଶକୁ ସର୍ଵଦା ରୋକ ଲଗାଇବାରେ ଏହି ପ୍ରୟାସ ବେଶ ଫଳପ୍ରଦ ହେବ ବୋଲି ଆଶା ରଖିଛନ୍ତି ମନ୍ଦିର ପ୍ରଶାସକ କମିଟି । ସହରର ଫ୍ରେଣ୍ଡସ କଲୋନୀରେ ଥିବା ଏହି ମନ୍ଦିର ୪୫ ବର୍ଷ ପୁରୁଣା । ଯାହା ସ୍ଥାନୀୟ ବାସିନ୍ଦାଙ୍କ ଧର୍ମୀୟ ଭାବାବେଗ ସହ ଜଡିତ ରହିଛି ।

ପୂର୍ବରୁ କଟକ ଓ ଭୁବନେଶ୍ବରରେ ରାଜ୍ୟ ବାହାରର ନିର୍ମାଣକାରୀ ସଂସ୍ଥା ଏକାଧିକ ବିଲଡିଂକୁ ଉପରକୁ ଉଠାଇବା କାମ କରିଥିଲେ । ତେବେ ଜଗ୍ ସାହାଯ୍ୟରେ ମନ୍ଦିରକୁ ଉପରକୁ ଉଠାଇବା କାମ ପ୍ରଥମ ଥର ଲାଗି କଟକରେ ହେଉଛି । ଏହି ମନ୍ଦିର କାମ ସରିବା ପାଇଁ ସାତ ଆଠ ଲକ୍ଷ ଟଙ୍କା ଲାଗିବ । ଏହା ପରେ ମନ୍ଦିର ପୂର୍ବ ଭଳି ସୁନ୍ଦର ଓ ଦୃଢ ହୋଇ ପାରିବ । ଏହାଛଡ଼ା ଖୁବ କମ ଦିନରେ ଏହି ମନ୍ଦିର ର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ ରଖାଯାଇଥିବା କହିଛନ୍ତି କାରିଗର ।

ତେବେ କଟକର ଫ୍ରେଣ୍ଡସ କଲୋନୀର ଶିବ ମନ୍ଦିରକୁ ନିଆରା ଢଙ୍ଗରେ ଉପରକୁ ଉଠାଇବା କାମ ସରିଲେ, ରାଜ୍ୟର ଅନ୍ୟ ପୁରାତନ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଏକ ବାଟ ବାହାରିବ ବୋଲି ଆଶା ରହିଛି ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.