ETV Bharat / state

ଲୋନ ସ୍କାମ ମାମଲା: ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ସମ୍ବାଦ HR ମୁଖ୍ୟ

author img

By ETV Bharat Odisha Team

Published : Sep 29, 2023, 9:59 PM IST

ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ ପ୍ରମୁଖ ଗଣମାଧ୍ୟମ ସଂସ୍ଥା HR ମୁଖ୍ୟ ବୈଜୟନ୍ତୀ କର। ଋଣ ସ୍କାମ ମାମଲାରେ EOW ଖୋଳତାଡ଼ ଜାରି ରଖିଛି। ଅଧିକ ପଢନ୍ତୁ

ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ବୈଜୟନ୍ତୀ
anticipatory bail application withdrawn

କଟକ: ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ ସମ୍ବାଦ HR ମୁଖ୍ୟ ବୈଜୟନ୍ତୀ କର। ହାଇକୋର୍ଟରୁ ଆଜି ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାହାର କରିଛନ୍ତି ବୈଜୟନ୍ତୀ। EOW ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବୈଜୟନ୍ତୀ। EOW ପ୍ରାୟ 11 ଘଣ୍ଟା ଧରି କାର୍ଯ୍ୟାଳୟରେ ଯାଞ୍ଚ କରିବା ପରେ ବୈଜୟନ୍ତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବାକୁ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଧାରରେ EOW ଘନ ଘନ ରେଡ୍‌ କରୁଛି।

ସୌମ୍ୟଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା ଉପରେ ରେଡ୍ କରାଯିବା ସହ କିଛି କର୍ମଚାରୀଙ୍କୁ ଜେରା ପାଇଁ ସମନ ଯାଇଥିଲା। ତେବେ ଖବରକାଗଜ ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀଙ୍କ ଋଣ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟଙ୍କ ଦୈନିକ ଖବରକାଗଜ ଅଫିସ ଉପରେ EOW ଚଢାଉ ଆରମ୍ଭ କରିଥିଲା। ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି EOW। ତେବେ ଅର୍ଥନୈତିକ ଅପରାଧ ଶାଖା ରେଡ୍ କରିବା ସହ ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ସହ ସୌମ୍ୟଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ତେବେ ଲଗାତାର କିଛି ଦିନ ଧରି ଏହି ସଂସ୍ଥା ଉପରେ ଚଢାଉ ଜାରି ରଖିଛି EOW। 'ଆତ୍ମବିଭୋର ପ୍ରଶାସନ ଓ ଅସହାୟ ରାଜନେତା' ଆଲେଖ୍ୟ ଲେଖି ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିବା ପରେ ସୌମ୍ୟଙ୍କ ଅଡୁଆ ବଢିଥିବା ନେି ଚର୍ଚ୍ଚା ଜୋର ଧରିଛି। ଦିନକୁ ଦିନ ରୋଚକ ମୋଡ଼ ନେଉଛି ଏହି ଲୋନ ସ୍କାମ୍‌ । ଘଣ୍ଟା ଘଣ୍ଟା ଧରି କର୍ଯ୍ୟାଳୟରେ ଯାଞ୍ଚ କରିଥିଲା EOW । ତେବେ ଯାଞ୍ଚ ସମୟରେ ସୌମ୍ୟଙ୍କ ଅଫିସରୁ ଡକ୍ୟୁମେଣ୍ଟ ଓ ହାର୍ଡ ଡିସ୍କପ ଜବତ କରିଛି EOW । ତେବେ 14 ବର୍ଷ ତଳର କର୍ମଚାରୀଙ୍କ ରେକର୍ଡ ସହ ସେମାନଙ୍କ ସହ ଅଫିସରେ ହୋଇଥିବା ଆର୍ଥିକ ନେଣଦେଣ ଓ କାରବାର ସମ୍ପର୍କରେ ତଥ୍ୟ ଯୋଗାଡ କରୁଛି ଅର୍ଥନୈତିକ ଅପରାଧ ଶାଖା।

ଏହା ବି ପଢନ୍ତୁ...ବଢିଲା ସୌମ୍ୟ ରଞ୍ଜନଙ୍କ ଅଡୁଆ, ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ନୋଟିସ୍

ଏହାରି ଭିତରେ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସମ୍ବାଦ ଖବରକାଗଜର HR ବୈଜୟନ୍ତୀ କର। ଯାହାକୁ ନେଇ ଜୋର ଧରିଥିଲା ଚର୍ଚ୍ଚା। ସେହିପରି ଆଗୁଆ ଜାମିନ ପ୍ରତ୍ୟାହାରକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ବି ଜୋର ଧରିଛି। ଋଣ ସ୍କାମ ମାମଲାରେ EOW ( ଅର୍ଥନୈତିକ ଅପରାଧ ଶାଖା ) ତଦନ୍ତକୁ ତୀବ୍ର କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.