ETV Bharat / state

ନୂଆ ଟ୍ରାଫିକ ନିୟମକୁ ସମତା ମଞ୍ଚର ବିରୋଧ - ମୋଟର ଭେଇକିଲ ଆକ୍ଟ

କେନ୍ଦ୍ର ସରକାରଙ୍କ ମୋଟର ଭେଇକଲ ଆକ୍ଟ ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଲାଗୁ କରାଇଛନ୍ତି । ବିନା ସୂଚନାରେ ଏହି ନିୟମ ଲାଗୁ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛି ସମତା ମଞ୍ଚ । ପ୍ରଥମେ ଲୋକଙ୍କୁ ସଚେତନ କରାଇ ନିୟମ ଲାଗୁ କରିବାକୁ ମଞ୍ଚ ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 8, 2019, 11:19 AM IST

କଟକ: ନିଦ ହଜେଇଛି କେନ୍ଦ୍ର ସରକାରଙ୍କ ମୋଟର ଭେଇକଲ ଆକ୍ଟ । ନୂଆ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ କଷାଯାଉଛି ମୋଟା ଅଙ୍କର ଫାଇନ । ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି । କମିଶନରେଟ୍ ପୋଲିସ ମଧ୍ୟ ଏନେଇ ତତ୍ପର ହୋଇଉଠିଛି । କିନ୍ତୁ ବିନା ସୂଚନାରେ ଏହି ନିୟମ ଲାଗୁ କରିବା କେତେ ଦୂର ଠିକ୍ ତାହା ଏବେ ପ୍ରଶ୍ନ କରିଛି ସମତା ମଞ୍ଚ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କୌଣସି ନୂଆ ନିୟମ ଲାଗୁ କରିବା ପୂର୍ବରୁ ଗୋଟିଏ ମାସ ପୂର୍ବରୁ ଏସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି । ସରକାରଙ୍କ ଏଭଳି ମନୋମୁଖୀ ନିୟମ ଲୋକଙ୍କ ହିତ ପାଇଁ ନୁହେଁ ବରଂ ନିଜକୁ ରକ୍ଷା କରିବା ପାଇଁ ବୋଲି ଅଭିଯୋଗ କରିଛି ମଞ୍ଚ । ତେବେ ଏହି ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପ୍ରଦୂଷଣ ସାର୍ଟିଫିକେଟକୁ ଗୋଟିଏ ମାସ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ତେବେ ହଠାତ୍ ଏଭଳି ପରିବର୍ତ୍ତନ ଅନ୍ୟ କିଛି ଇଙ୍ଗିତ କରୁଛି ବୋଲି ଅଭିଯୋଗ କରିଛି । ଏଭଳି ସ୍ଥିତିରେ ଲୋକଙ୍କୁ ପ୍ରଥମେ ସଚେତନ କରାଇ ପରେ ନିୟମ ଲାଗୁ କରି ଫାଇନ ଆଦାୟ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ:ନୂଆ ଟ୍ରାଫିକ ନିୟମ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି ।ବିନା ସୂଚନା ରେ ଏହି ନିୟମ ଲାଗୁ କରିବା କେତେ ଦୂର ଠିକ ।କେବେଳ ନିଜକୁ ରକ୍ଷା କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି ।ତେବେ ଯଦି ଲୋକ ମାନକୁ ଗୋଟେ ମାସ ପୁର୍ବରୁ ସୂଚନା ଦିଆଯାଇଥାନ୍ତା । ତେବେ ଆଜି ଏପରି ପରିସ୍ଥିତି ଉପୁଜି ନଥାନ୍ତା । ତେବେ ଏହି ମନମୁଖୀ କାର୍ଯ୍ୟକ୍ରମ କେବଳ ଲୋକ ମାନଙ୍କ ହିତ ନୁହେଁ ଅହିତ ପାଇଁ ବୋଲି ଅଭିଯୋଗ କରିଛି ସମତା ମଞ୍ଚ ।

ତେବେ ଏହାରି ଭିତରେ ପ୍ରଦୂଷଣ ସାର୍ଟିଫିକେଟ କୁ ଗୋଟେ ମାସ ପାଇଁ ସ୍ଥଗିତ ରଖିଛି ସରକାର । ତେବେ ହଠାତ ଏପରି ପରିବର୍ତ୍ତନ ଅନ୍ୟ କିଛି ଇଙ୍ଗିତ କରୁଛି ବୋଲି ଅଭିଯୋଗ କରିଛି ମଞ୍ଚ ।ତେବେ ଆଗମିଦିନ ମାନଙ୍କରେ ଲୋକ ମାନଙ୍କୁ ପ୍ରଥମେ ସଚେତନ କରାଇ ତାପରେ ଫାଇନ ଆଦାୟ କରାଯାଉ ବୋଲି ଦାବି କରିଛି ମଞ୍ଚ

Body:ବାଇଟ:ପ୍ରଶାନ୍ତ କୁମାର ପଣ୍ଡା ( ସମତା ମଞ୍ଚ ସଦସ୍ୟ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.