ETV Bharat / state

Russian Nationals Death: ଚତୁର୍ଥ ଥର ପାଇଁ କ୍ରାଇମବ୍ରାଞ୍ଚରେ ଋଷ ଦମ୍ପତି ହାଜର - କ୍ରାଇବ୍ରାଞ୍ଚରେ ହାଜର ହେଲେ ଋଷ ଦମ୍ପତି

ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ବଢୁଛି ସନ୍ଦେହ । ଚତୁର୍ଥ ଥର ଜେରା ପାଇଁ କ୍ରାଇମବ୍ରାଞ୍ଚରେ ହାଜର ହେଲେ ଋଷ ଦମ୍ପତି । ଅଧିକ ପଢନ୍ତୁ

Russian couple reached at crime branch office

author img

By

Published : Dec 30, 2022, 11:43 AM IST

Russian couple reached at crime branch office

କଟକ: ରାୟଗଡାରେ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା (Russian Tourists Death) ) । ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହେଲେ ଋଷ ଦମ୍ପତି (Russian couple reached at crime branch office )। ଋଷୀୟ ଦମ୍ପତି ପାନ ସଂକୋ ଓ ଟୁରଭୋଙ୍କୁ ଆଜି ଚତୁର୍ଥ ଥର ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ । ଦମ୍ପତିଙ୍କ ସହ ସହ ଟୁର ଗାଇଡ଼ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହଜାର ହୋଇଛନ୍ତି । ସମସ୍ତଙ୍କୁ ଚାରି ଦିନ ହେବ ଜେରା କରୁଛି କ୍ରାଇମବ୍ରାଞ୍ଚ ।

ସେପଟେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ (crime branch team reached at Rayagada )। ତେବେ ତଦନ୍ତ ପୂର୍ବରୁ କେନ୍ଦ୍ରିୟ ଗୁଇନ୍ଦା ସଂସ୍ଥା ସିଆଇବି ଏବଂ କ୍ରାଇମବ୍ରାଞ୍ଚ ଟିମ ମଧ୍ୟରେ ରାୟଗଡାର ଏକ ହୋଟେଲରେ ରୁଦ୍ଧଦ୍ବାର ବୈଠକ ସରିଛି । ଏହା ପରେ ଟିମ ଘଟଣାସ୍ଥଳକୁ ଆସିବା ନେଇ ସୂଚନା ମିଳିଛି । ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତକୁ ଜୋରଦାର କରିବ । ଗତକାଲି କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ୨ଜଣ ଅଧିକାରୀ ରାୟଗଡ଼ାରେ ପହଞ୍ଚି ମାମଲାର ତନାଘନା କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-Russian Tourists Death: ଖୋଳତାଡ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍

ଏହି ମୃତ୍ୟୁ ଘଟଣାରେ ଗତକାଲି ରାୟଗଡାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(CIB)ର ଟିମ୍ ଆସି ତନାଘନା କରିଥିଲା । ରାୟଗଡ଼ା ସ୍ଥିତ ଋଷୀୟ ନାଗରିକ ରହୁଥିବା ହୋଟେଲ ସାଇ ଇଣ୍ଟରନାସନାଲ ସମେତ ମୃତ ଋଷୀୟ ନାଗରିକଙ୍କୁ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନ ମଧ୍ୟ ବୁଲି ଦେଖିଥିଲେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅଧିକାରୀ ।

ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଘାତଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ୨୪ ତାରିଖ ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ତାଙ୍କ ମୃତ୍ୟୁ କେମିତି ହେଲା ଏହାର କାରଣ ଖୋଜା ଚାଲିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.