ETV Bharat / state

ଏଣିକି ରେଭେନ୍ସାରେ ବିକ୍ଷୋଭ କରିପାରିବେନି ଛାତ୍ରଛାତ୍ରୀ, ଜାରି ହେଲା କଡ଼ା ନିୟମ

author img

By

Published : Oct 21, 2022, 10:07 AM IST

ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ନିୟମ ଆଣିଲା ରେଭେନ୍ସା । ବିଶ୍ବ ବିଦ୍ୟାଳୟରେ ଶୃଙ୍ଖଳା ନେଇ 26ଟି ନିୟମାବଳୀ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

rules for discipline of Ravenshaw university student
ରେଭେନ୍ସାରେ ବିକ୍ଷୋଭ କରିପାରିବେନି ଛାତ୍ରଛାତ୍ରୀ, ବିଶ୍ବବିଦ୍ୟାଳୟ ପକ୍ଷରୁ କଡ଼ା ନିୟମ ଜାରି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡା ନିୟମ । ନିୟମ ନ ମାନିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଛାତ୍ରଛାତ୍ରୀମାନେ ଗେଟ ସମ୍ମୁଖରେ ବିକ୍ଷୋଭ କିମ୍ବା ଧାରଣା ଦେଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ନିଲମ୍ବନ ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟର ସେବନ ଉପରେ କଟକଣା ଲାଗିଛି । ଏହାବ୍ୟତୀତ ହଷ୍ଟେଲ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜ୍ଞପ୍ତିରେ ତାଲିକା ଭୁକ୍ତ ହୋଇଛି । ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡ କରି ପାରିବେନି ଛାତ୍ରଛାତ୍ରୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ୟାମ୍ପସ ମଧ୍ୟରେ ଯଦି କାହାକୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସେ ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବିଜ୍ଞପ୍ତିରେ ଜାରି ହୋଇଥିବା 26ଟି ନିୟମାବଳୀ ବିରୋଧରେ ଯଦି କୌଣସି ଛାତ୍ରଛାତ୍ରୀ ଯାଆନ୍ତି ତେବେ ସେମାନେ ଏହି ତମାମ ନିୟମର ସାମ୍ନା କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.